ହଜାରିବାଗ, ହଜାରିବାଗ ଜିଲ୍ଲାର କଟକମସାଂଡି ଥାନା ଅନ୍ତର୍ଗତ ଶାହପୁର ହେସା କୁନ୍ଦର ଗ୍ରାମ ନିକଟରେ ଗୁରୁବାର ଭୋର ସମୟରେ ମାଓବାଦୀମାନେ ୪ଟି ଗାଡିରେ ନିଆଁ ଲଗାଇ ଦେଇଛନ୍ତି । ଏହି ୪ ଗାଡି ମଧ୍ୟରେ ରହିଛି, ଦୁଇଟି ହାଇୱା, ଗୋଟିଏ ପେଲୋଡେର ଏବଂ ଏକ ପିକଅପ୍ ଭ୍ୟାନ୍ । ମାଓବାଦୀ ମାନେ ଘଟଣାସ୍ଥଳରେ ପୋଷ୍ଟର ଛାଡି ଯାଇଛନ୍ତି । ଘଟଣା ପାଇଁ ନିଜକୁ ଦାୟୀ କରିଛି ନକ୍ସଲ ସଂଗଠନ । ଅନ୍ୟପକ୍ଷରେ ପୋଲିସ ପକ୍ଷରୁ ମାମଲାର ତଦନ୍ତ ଆରମ୍ଭ ହୋଇଛି ।
ଜଳିଯାଇଥିବା ସମସ୍ତ ଗାଡି ଗୁଡିକ ରେଲୱେର କମ୍ପାନୀ ଗାଡି ବୋଲି କୁହାଯାଉଛି । କଠୌତିୟା ଟୋରି ଚନ୍ଦବା ରେଳ ଲାଇନ୍ ନିର୍ମାଣ କାର୍ଯ୍ୟରେ ଏହି ବାହନ ଗୁଡିକ ନିୟୋଜିତ ଥିଲା ।