
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ନାମରେ ସିଂହଦ୍ୱାର ଥାନାରେ ଏତଲା |ସୂଚନା ଅନୁସାରେ ମଙ୍ଗଳବାର ଦିନ ଶ୍ରୀମନ୍ଦିର ବେଢାରେ ହଠାତ ଜଣେ ପର୍ଯ୍ୟଟକ ଟଳି ପଡ଼ିଥିଲେ |ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସଳୟରେ ଭର୍ତ୍ତି ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |ପର୍ଯ୍ୟଟକଙ୍କ ଜଣକ ଉତ୍ତରପ୍ରଦେଶ ଝାନ୍ସୀର ରାୟନ ପ୍ରସାଦ ସେନ ହୋଇଥିବା ବେଳେ ତାଙ୍କ ବୟସ 65 ବର୍ଷ ବୋଲି ଜଣାପଡିଥିଲା l ପର୍ଯ୍ୟଟକ ଜଣକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ବେଢାରେ ଅସୁସ୍ଥ ହୋଇ ଟଳିପଡିଥିଲେ । ଆହତଙ୍କୁ ପରିବାର ଲୋକମାନେ ଶ୍ରୀମନ୍ଦିର ବାହାରକୁ ଆଣିବା ପରେ ଶ୍ରୀମନ୍ଦିର ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ । |ଏହି ଘଟଣାକୁ ଶ୍ରୀଜଗନ୍ନାଥ ସେନା ତରଫରୁ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ନିନ୍ଦା କରିବା ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାମରେ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି |ଏଥି ସହିତ ସମ୍ପର୍କୀୟଙ୍କୁ ପଚାଶ ଲକ୍ଷ ଟଙ୍କା ସହାୟତା ରାଶି ଦେବାପାଇଁ ସେନା ତରଫରୁ ଦାବୀ କରାଯାଇଛି |