-
ନିଜ ସରକାରଙ୍କ ଭୁଲ୍ କାରଣରୁ ଆଜି ବିଜେଡି ନେତାମାନେ ଉଠାଉଥିବା ଜାତୀୟ ରାଜପଥ ପ୍ରକଳ୍ପ ଅଟକି ରହିଛି
-
ଯେଉଁ କଟକ-ଅନୁଗୋଳ-ସମ୍ବଲପୁର ରାଜପଥ କଥା କହୁଛନ୍ତି, ଆଜି ଯେତିକି ଦ୍ରୁତ ଗତିରେ ତ୍ୱରାନ୍ୱିତ ହେଉଛି, ତାହା କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ପାଇଁ
-
ଜମି ମାଫିଆଙ୍କ ଚାପରେ କାହିଁକି ରାଜ୍ୟ ସରକାର କୋଷ୍ଟାଲ ହାଇୱେର ଡିପିଆର୍କୁ ବାରମ୍ବାର ବଦଳାଉଛନ୍ତି ତାହା ଜବାବ୍ ଦେବା ଦରକାର
-
ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ଅଧାପନ୍ତରିଆ ଜଳସେଚନ ପ୍ରକଳ୍ପ କେବେ ସରିବା ନେଇ ବିଜୁ ଜନତା ଦଳ କେବେ ମୁହଁ ଖୋଲିବ?
ଭୁବନେଶ୍ୱର,ବିଜେଡି ନେତା ସବୁବେଳେ କେନ୍ଦ୍ର ଉପରେ ଦୋଷ ଦେଇ ନିଜେ ଖସିଯିବା ପାଇଁ ଗଳାବାଟ ଖୋଜନ୍ତି । ନିଜ ସରକାରଙ୍କ ଭୁଲ କାରଣରୁ ଆଜି ବିଜେଡି ନେତାମାନେ ଉଠାଉଥିବା ଜାତୀୟ ରାଜପଥ ପ୍ରକଳ୍ପ ଅଟକି ରହିଛି । ନିଜ ଅପାରଗତା କାରଣରୁ ସେମାନେ ଜାତୀୟ ରାଜପଥ ପ୍ରକଳ୍ପକୁ ନେଇ ପ୍ରଶ୍ନ କରୁଛନ୍ତି । ଅନେକ ଏନ୍ଏଚ୍ଏଆଇ ପ୍ରକଳ୍ପ ଗୁଡ଼ିକର ଆଲାଇନମେଂଟ୍, ଟେଣ୍ଡର ପ୍ରକ୍ରିୟା,ପରିବେଶ ମଞ୍ଜୁରୀରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ବିଜୁ ଜନତା ଦଳକୁ କେବେ ନିଜ ଦୋଷ ନିଜକୁ ଦେଖାଯାଏ ନାହିଁ । “ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ” ଭଳି ବିଜୁ ଜନତା ଦଳର ଆଜି ଅବସ୍ଥା । ଯେଉଁ କଟକ-ଅନୁଗୋଳ-ସମ୍ବଲପୁର ରାଜପଥ କଥା କହୁଛନ୍ତି, ଆଜି ଯେତିକି ଦ୍ରୁତ ଗତିରେ ତ୍ୱରାନ୍ୱିତ ହେଉଛି, ତାହା କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ପାଇଁ । ଆଜି ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଡକ ପରିବହନ ଓ ଜାତୀୟ ରାଜମାର୍ଗମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବରୁ ୨୭ ଜୁଲାଇ ୨୦୨୩, ୨୮ସପ୍େଟମ୍ବର ୨୦୨୨, ୨୬ଏପ୍ରିଲ ୨୦୨୨, ୦୮ ଅକ୍ଟୋବର ୨୦୨୧ ସମେତ ପୂର୍ବରୁ ଅନେକ ଥର କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା କରିଛନ୍ତି । ବର୍ତମାନ ଯେଉଁଭଳି ଭାବେ ତ୍ୱରାନ୍ୱିତ ବେଗରେ ଜାତୀୟ ରାଜପଥ ପ୍ରକଳ୍ପ କାମ ଚାଲିଛି ତାହା ବିଜୁ ଜନତା ଦଳର ପ୍ରବକ୍ତାମାନେ ନିଜେ ଯାଇ ବୁଲିକି ଦେଖିକି ଆସିଲା ପରେ ସାମ୍ବାଦିକ ସମ୍ମିଳନୀ କଲେ ଭଲ ହେବ ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କୁ ସହଯୋଗ କରିବା ଜାଗାରେ ରାଜ୍ୟ ସରକାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ଏବଂ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟରେ ବିଳମ୍ବ ହେଉଛି । ଆମର ପ୍ରଶ୍ନ ବିଜୁ ଜନତା ଦଳର ପ୍ରବକ୍ତାମାନେ ତାଙ୍କ ମୁଖିଆଙ୍କୁ ପଚାରନ୍ତୁ- “କୋଷ୍ଟାଲ ହାଇୱେ ପାଇଁ କେତେ ଥର ଆଲାଇନ ଇମେଲ ପରିବର୍ତନ କରିଛନ୍ତି ଏବଂ ସେହି କାର୍ଯ୍ୟକୁ ନକରାଇଦେବା ପାଇଁ କ’ଣ କ’ଣ ଷଡଯନ୍ତ୍ର କରିଛନ୍ତି ? ଗୋଟିଏ ଗୋଟିଏ ପ୍ରକଳ୍ପରେ ୩-୪ଥର ଡିପିଆ ବଦଳିଯାଉଛି, କାହା ସ୍ୱାର୍ଥରେ ଏଲିଜମେଂଟ ବଦଳୁଛି, ବିଜୁ ଜନତା ଦଳ ନିଜକୁ ନିଜେ ପଚାରିବା ଆବଶ୍ୟକ । ଜମି ମାଫିଆଙ୍କ ଚାପରେ କାହିଁକି ରାଜ୍ୟ ସରକାର କୋଷ୍ଟାଲ ହାଇୱେର ଡିପିଆର୍କୁ ବାରମ୍ବାର ବଦଳାଉଛନ୍ତି ତାହା ଜବାବ୍ ଦେବା ଦରକାର । ଓଡ଼ିଶା ସରକାରଙ୍କ ପକ୍ଷରୁ ବାରମ୍ବାର ପ୍ରସ୍ତାବିତ ଆଲାଇନମେଂଟ୍ ପରିବର୍ତନ ଯୋଗୁଁ ଜାତୀୟ ରାଜପଥ ପ୍ରକଳ୍ପ ବିଳମ୍ବିତ ହୋଇଛି । ଜାତୀୟ ରାଜପଥ ନିର୍ମାଣ ପାଇଁ ହେଉଥିବା ବିଳମ୍ବର ମୁଖ୍ୟ କାରଣ ହେଉଛି ଜମି ଅଧିଗ୍ରହଣ ଓ ଜଙ୍ଗଲ କ୍ଲିୟରେନ୍ସ, ଯାହା ପାଇଁ ରାଜ୍ୟ ସରକାର ମଧ୍ୟ ପ୍ରତ୍ୟକ୍ଷ ରୂପେ ଦାୟୀ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ରାଜ୍ୟ ସରକାରଙ୍କ ନେତା ମନ୍ତ୍ରୀ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବହୁ ଜାଗାରେ ପ୍ରକଳ୍ପକୁ ବିଳମ୍ବିତ କରାଉଛନ୍ତି, ଆନ୍ଦୋଳନଠୁ ଆରମ୍ଭ କରି ଠିକାଦାରଙ୍କୁ ହଇରାଣ ହରକତ କରିବାର ନଜିର ଅଛି । ରାଜପଥ (କାକଟପୁର-ଏରସମା)ର ପ୍ୟାକେଜ୍-୩ର ସଂଶୋଧିତ ଆଲାଇନ ଇମେଲକୁ ତୀବ୍ର ବିରୋଧ କରାଯାଉଥିବାରୁ କାମ ବନ୍ଦ ରହିଛି । ଗତ ୯ ବର୍ଷରେ ମୋଦି ସରକାରରେ ଓଡ଼ିଶାରେ ୨୮,୨୫୧କୋଟି ଟଙ୍କା ବ୍ୟୟରେ ୪୧୪୩ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହୋଇଥିବା ବେଳେ କଂଗ୍ରେସ ସରକାରର ୯ବର୍ଷରେ ୪୧୬୦ ବର୍ଷରେ କୋଟି ଟଙ୍କା ବ୍ୟୟରେ ମାତ୍ର ୧୪୯୮ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହୋଇଛି । ପୂର୍ବ ସରକାର ତୁଳନାରେ ୭ ଗୁଣ ଅଧିକ ଅର୍ଥ ଓଡ଼ିଶାରେ ଜାତୀୟ ରାଜପଥ ପାଇଁ ଦିଆଯାଇଛି ଏବଂ ୪ ଗୁଣ ଅଧିକ ରାସ୍ତା ତିଆରି ହେଇଛି । କଂଗ୍ରେସ ସରକାରର ଶେଷ ଦଶ ବର୍ଷରେ ଓଡ଼ିଶାକୁ ଜିଏସଟି ସଂଗ୍ରହ, ଖଣି ରାଜସ୍ୱ ଓ ଆର୍ଥକ କ୍ଷେତ୍ରରେ ଅନୁଦାନ ବାବଦକୁ ୩ ଲକ୍ଷ କୋଟି ଟଙ୍କା ଆସିଥିବା ବେଳେ ବିଗତ ୯ବର୍ଷରେ ମୋଦି ସରକାରରେ ୧୮ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆସିଛି । ଓଡ଼ିଶାକୁ ଆର୍ôଥକ ରୂପେ ସଶକ୍ତ ଓ ଓଡ଼ିଶାରେ ଭିତିଭୂମି ବିକାଶ ପାଇଁ ଗତ ୯ବର୍ଷରେ ୧୦ଲକ୍ଷ ୬୯ ହଜାର କୋଟି ଅନୁଦାନ/ଟିକସ ଭାଗ ରାଜ୍ୟକୁ ମିଳିଛି ଯାହା କଂଗ୍ରେସ ସମୟରେ ମାତ୍ର ୨ଲକ୍ଷ ୪୩ହଜାର କୋଟି ଥିଲା । ଓଡ଼ିଶାକୁ ରେକର୍ଡ ୪ ଗୁଣା ଅଧିକ ଅର୍ଥ କେବଳ ନରେନ୍ଦ୍ର ମୋଦିଙ୍କ ନୀତି ସୁଧାର ଓ ଦୃଢ ନେତୃତ୍ୱ ଦ୍ୱାରା ହିଁ ସମ୍ଭବ ହୋଇପାରିଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ବିଜୁ ଜନତା ଦଳ ସରକାର ୨୦୧୪ରେ ଘୋଷଣା କରିଥିଲେ ସବୁ ବ୍ଲକରେ ଶୀତଳ ଭଣ୍ଡାର କରିବେ । କେଉଁ ଗୋଟିଏ ବି ଶୀତଳ ଭଣ୍ଡାର ପ୍ରତିଷ୍ଠା ହୋଇପାରିଲା ନାହିଁ । କୁଆଡେ ଗଲା ଧାନ କ୍ୱିଂଟାଲ ପିଛା ୧୦୦ଟଙ୍କା ବୋନସ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି । କାଳିଆ ଯୋଜନାରେ ୧୦ହଜାର ଟଙ୍କା ଦେବେ ବୋଲି କହି ମାତ୍ର ୪ହଜାର ଟଙ୍କା ଦେବା କଣ ବିଜୁ ଜନତା ଦଳ ଚାଷୀମାନଙ୍କ ପ୍ରତି ପ୍ରତାରଣାର ପ୍ରମାଣ ନୁହେଁ କି? ଲୋଏର ସୁକତେଲ ଜଳସେଚନ ପ୍ରକଳ୍ପ, ଛେଳିଗଡ ଜଳସେଚନ ପ୍ରକଳ୍ପ, କାନପୁର ଜଳସେଚନ ପ୍ରକଳ୍ପ, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ, ରେତ ଜଳସେଚନ ପ୍ରକଳ୍ପ, ଦେଓ ଜଳସେଚନ ପ୍ରକଳ୍ପ ଏସବୁ ଦଶନ୍ଧି ଦଶନ୍ଧି ଧରି ନିର୍ମାଣ ଚାଲିଛି ଯେ ସରିପାରୁନାହିଁ । ବିଜୁ ଜନତା ଦଳ ସରକାର ଏହି ଅଧାପନ୍ତରିଆ ପ୍ରକଳ୍ପ ସଂକ୍ରାନ୍ତରେ କେବେ ମୁହଁ ଖୋଲିବେ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।