
ଭୁବନେଶ୍ୱର, ଭାରତ ରତ୍ନ ନାନାଜୀ ଦେଶମୁଖଙ୍କ ଜୟନ୍ତୀ ଅବସରରେ ତାଙ୍କର ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଛନ୍ତି ଯେ, ଭାରତ ରତ୍ନ ନାନାଜୀ ଦେଶମୁଖଙ୍କୁ ତାଙ୍କର ଜୟନ୍ତୀ ଅବସରରେ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ସେ ଦେଶର ଗାଁ ଓ ଆଦିବାସୀ ଅଞ୍ଚଳର ବିକାଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ତାଙ୍କର ତ୍ୟାଗ ଓ ସେବା ଭାବ ସବୁ ପିଢି ପାଇଁ ପ୍ରେରଣାର ଉତ୍ସ ପାଲଟିରହିବ ।