ବଲାଙ୍ଗିର ,ବଲାଙ୍ଗିର ରେ ମିଶନ ଶକ୍ତି ସ୍କୁଟର ଯୋଜନା ର ଶୁଭାରମ୍ଭ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଲ ରାଣା ଙ୍କ ଦ୍ୱାରା ଉଦଘାଟନ ହେଇଛି । ଆଜି ମିଶନ ଶକ୍ତି ଗୃହରେ ଜିଲ୍ଲାପାଳ ପତାକା ଦେଖାଇ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ଆଜି ଜିଲ୍ଲାରେ ୧୩୭ ଟି ସ୍କୁଟର ମହିଳାମାନଙ୍କୁ ଦିଆହେଇଛି । ଏଥିରେ ଆଗଲପୁର ଓ ପୁଇନ୍ତଳା କୁ ୭ ଟି ଲେଖାଏଁ , ବଙ୍ଗୋମୁଣ୍ଡା ଓ ତୁରେକେଲା କୁ ୧୭ ଟି ଲେଖାଏଁ, ବେଲପଡା ଓ ସଇଁତଳା କୁ ୧୧ ଟି ଲେଖାଏଁ, ମୁରିବାହଲ ଓ ପାଟଣାଗଡ କୁ ୯ ଟି ଲେଖାଏଁ, ବଲାଙ୍ଗିର କୁ ୨୦ ଟି , ଦେଓଗାଁ କୁ ୧୩ ଟି , ଲୋଇଶିଙ୍ଘା କୁ ୪ ଟି , ଟିଟିଲାଗଡ କୁ ୧୨ ଟି ସ୍କୁଟର ଦିଆ ଯାଇଛି । ଏହାଦ୍ୱାରା ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏହି ଯୋଜନାର ସୁବିଧା ନେଇପାରିବେ । ଏହି ଯୋଜନାରେ ମହିଳା ମାନେ ବିନା ସୁଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ । ରାଜ୍ୟ ସ୍ତରରେ ଏହି ଯୋଜନା ପାଇଁ ୫୨୮ କୋଟି ଟଙ୍କାର ବଜେଟ ପ୍ରବଧାନ କରାଯାଇଛି । ବଲାଙ୍ଗିର ଜିଲ୍ଲାର ସମୁଦାୟ ୬୮୨୧ ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଏଥିରୁ ଲାଭବାନ ହେବେ । କାର୍ଯ୍ୟକ୍ରମରେ ମୁଖ୍ୟ ଉନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁଶାନ୍ତ ସିଂ, ଡ଼ିପିସି ମିଶନ ଶକ୍ତି ସୁମନ ଦ୍ୱିବେଦୀ ଏବଂ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ ମାନେ ଉପସ୍ଥିତ ଥିଲେ ।
Related Stories
November 27, 2024
November 27, 2024