-
ସମୃଦ୍ଧ ଓ ପ୍ରଗତିଶୀଳ ବ୍ରହ୍ମଗିରି ଗଠନର ସଙ୍କଳ୍ପ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ବ୍ରହ୍ମଗିରି ବ୍ଲକ 30 ନଂ ଜୋନ୍ ରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ରାୟବିଧାର ପଞ୍ଚାୟତ ଧର୍ମକୀର୍ତ୍ତି ଗ୍ରାମର ବାବା ବ୍ରହ୍ମେଶ୍ୱରଙ୍କ ମନ୍ଦିର ଠାରୁ ତିନି କିଲୋମିଟର ପଦଯାତ୍ରା ଆରମ୍ଭ ହୋଇ ଡ଼ିମିରିଶେଣା ପଞ୍ଚାୟତ ବାବା ବାଲୁଙ୍କେଶ୍ୱର ମନ୍ଦିର ଠାରେ ପହଞ୍ଚି ଏକ ବିଶାଳ ସଭା ଅନୁଷ୍ଠିତ ହୋଇଯାଇଅଛି। ସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି। ବ୍ରହ୍ମଗିରି ବ୍ଲକ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ଵାଇଁଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ପରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଶ୍ରୀ ଦାସବର୍ମା କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ କାର୍ଯ୍ୟର ବାର୍ତ୍ତାକୁ ଲୋକଙ୍କ ନିକଟତର ହୋଇ ପହଞ୍ଚାଇବାକୁ ଜନପ୍ରତିନିଧି ଏବଂ ଦଳୀୟ କର୍ମୀଙ୍କୁ ନିର୍ଦେଶ ଦେଇଛନ୍ତି। ବ୍ରହ୍ମଗିରି ବ୍ଲକ 30 ନଂ ଜୋନ୍ ରେ 33 ଗ୍ରିଡ୍ ଇଲେକ୍ଟ୍ରିକ୍ ସବ୍ ଷ୍ଟେସନ, ରାୟବିଧାର, ଡ଼ିମିରିଶେଣା, ତଳମାଳ, କୁସୁବେଣ୍ଟି, କାଣ୍ଡଗୋଦା ଓ ମଣପଡା ପଞ୍ଚାୟତରେ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ଯାତାୟାତ କରିବା ପାଇଁ ଗମନାଗମନର ସୁବିଧା, ଏହି 6 ଗୋଟି ପଞ୍ଚାୟତରେ ହଜାର ହଜାର ଚାଷୀ ମାନଙ୍କ ବୃହତର ସ୍ବାର୍ଥ ପାଇଁ ଜଳସେଚନ ଓ ଜଳ ନିଷ୍କାସନର ସୁବିଧା, 5T ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ଗୁଡ଼ିକର ରୁପାନ୍ତିକରଣ, ସ୍ଵାସ୍ଥ୍ୟ କ୍ଷେତ୍ରରେ ସୁବିଧା ପାଇବାପାଇଁ ରାୟବିଧାର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ଖଜୁରିଆ ଠାରେ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ସମ୍ଭବ ହୋଇ ପାରିଛି ବୋଲି ଶ୍ରୀ ଦାସବର୍ମା କହିଛନ୍ତି। ବିଜୁ ଜନତା ଦଳର ପ୍ରତିଟି କର୍ମୀ ଓ ନେତୃବୃନ୍ଦ ପଦଯାତ୍ରାରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ରୂପାନ୍ତରଣ କାର୍ଯ୍ୟ ବିଷୟରେ ଲୋକଙ୍କୁ ସଚେତନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ଵପ୍ନାରାଣି ସ୍ଵାଇଁ, ପୁରୀ ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ପୁରୀ ଜିଲ୍ଲା ବିଜୁ ଜନତା ଦଳ ଉପସଭାପତି ସୁର ପ୍ରସାଦ ମହାନ୍ତି, ସାଧାରଣ ସମ୍ପାଦକ କାର୍ତ୍ତବିର୍ଯ୍ୟ ସ୍ଵାଇଁ, ବ୍ରହ୍ମଗିରି ବିଜୁ ଜନତା ସଭାପତି ବିଦ୍ୟାଧର ସ୍ଵାଇଁ, ବରିଷ୍ଟ ନେତା ପୂର୍ଣ୍ଣଚନ୍ଦ୍ର ଜେନା, ପ୍ରଫୁଲ୍ଲ ଜେନା, ଭଗବାନ ନାୟକ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନାବାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦାଳାଇ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ପୁରୀ ସଦର ବ୍ଲକ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ନୁନୁ ମିଶ୍ର, ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ଡ଼ିମିରିଶେଣା ପଞ୍ଚାୟତ ସରପଞ୍ଚ ଭରତ ସ୍ଵାଇଁ, ରାୟବିଧାର ପଞ୍ଚାୟତ ସରପଞ୍ଚ କୁନିମଣୀ ଫାରକ୍, ସମିତି ସଭ୍ୟ ପବିତ୍ର ମୋହନ ମହାପାତ୍ର, ଡ଼ିମିରିଶେଣା ପଞ୍ଚାୟତ ସଭାପତି ପର୍ଶୁରାମ ପ୍ରଧାନ, ପୂର୍ବତନ ସରପଞ୍ଚ ମାନସ ରଞ୍ଜନ ରାୟ, ବିଜୟ କୁମାର ଦାଳାଇଙ୍କ ସମେତ ବ୍ରହ୍ମଗିରି ବ୍ଲକ 30 ନଂ ଜୋନ୍ ର ବିଜୁ ଜନତା ଦଳର ଦଳୀୟ କର୍ମି, ବରିଷ୍ଟ ନେତୃବୃନ୍ଦ, ବିଜୁ ଯୁବ ଛାତ୍ର, ମହିଳା ଜନତା ଦଳର ନେତୃବୃନ୍ଦ ଓ ନବନିର୍ବାଚିତ ଜନପ୍ରତିନିଧି ଏବଂ ଜନସାଧାରଣ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।ବ୍ରହ୍ମଗିରି ବ୍ଲକ ଉପାଧ୍ୟକ୍ଷା ମାଳିନୀ ଦଳାଇ ସଭା ଶେଷରେ ଧନ୍ୟବାଦ ଜଣାଇ ସଭା କାର୍ଯ୍ୟ ଶେଷ କରିଥିଲେ ।