-
ଚିକିତ୍ସଳୟରେ ଡାକ୍ତରଙ୍କ ମୃତ୍ୟୁ ଘୋଷଣା,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀମନ୍ଦିର ବେଢାରେ ହଠାତ ପର୍ଯ୍ୟଟକ ଟଳିପଡିଲେ |ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସଳୟରେ ଭର୍ତ୍ତି ପରେ ଡାକ୍ତରଙ୍କ ମୃତ୍ୟୁ ଘୋଷଣା |ପର୍ଯ୍ୟଟକଙ୍କ ପରିଚୟ ଉତ୍ତରପ୍ରଦେଶ ଝାନ୍ସୀର ରାୟନ ପ୍ରସାଦ ସେନ ତାଙ୍କ ବୟସ 65 ବର୍ଷ l ପର୍ଯ୍ୟଟକ ଜଣକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ବେଢାରେ ଅସୁସ୍ଥ ହୋଇ ଟଳିପଡିଥିଲେ । ତାଙ୍କୁ ପରିବାର ଲୋକମାନେ ଶ୍ରୀମନ୍ଦିର ବାହାରକୁ ଆଣିବା ପରେ ଶ୍ରୀମନ୍ଦିର ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରି ବ୍ୟବଚ୍ଛେଦ ନିମନ୍ତେ ଜଣାଇଥିଲେ । ତେବେ ସମ୍ପର୍କୀୟ ମାନେ ତାଙ୍କର ମୃତଦେହ ନେଇଯିବା ପାଇଁ ଜିଦ ଧରିଥିବା ନେଇ ଜଣାପଡିଥିଲା l ଏହା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସଳୟ ଫାଣ୍ଡି ପକ୍ଷରୁ ହସ୍ତକ୍ଷେପ କରାଯାଇ ବ୍ୟବଛେଦ ପାଇଁ ପଠାଯାଇଥିଲା l