
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ଶ୍ରୀମନ୍ଦିରରେ ପୋଷାକ ପିନ୍ଧା ଉପରେ ଇଂରାଜୀ ନୂତନ ବର୍ଷରୁ ଲାଗିବ କଟକଣା |ସୂଚନା ଅନୁସାରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା |ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା। ୧୨ବର୍ଷରୁ ଉର୍ଦ୍ଧ୍ବ ପୁରୁଷ ବ୍ୟକ୍ତିଙ୍କ ପାଇଁ ହାଫ୍ ପ୍ୟାଣ୍ଟ ଏବଂ ଚିରାଫଟା ଜିନ୍ସ ପୋଷାକ ବାରଣ କରାଯାଇଛି । ସାଲୱାର ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ମହିଳାମାନେ ଛୋଟ ପୋଷାକ ନପିନ୍ଧିବାକୁ କୁହାଯାଇଛି । ଅଶ୍ଳୀଳ ପୋଷାକ ପିନ୍ଧି ଆସୁଥିବା ବ୍ୟକ୍ତିମାନେ ଶ୍ରୀମନ୍ଦିର ପରିବର୍ତ୍ତେ ବେଳାଭୂମି କିମ୍ବା ପାର୍କ ବୁଲିବାକୁ ଯିବା ଉଚିତ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ପୋଷାକ ଯାଞ୍ଚ ପାଇଁ ପ୍ରତିହାରୀ ସେବକ ଏବଂ ଜେଟିପି କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ସିଂହଦ୍ବାର, ଉତ୍ତରଦ୍ୱାର, ଦକ୍ଷିଣଦ୍ବାର ଏବଂ ପଶ୍ଚିମଦ୍ୱାର ନିକଟରେ ପୋଷାକ ପରିବର୍ତ୍ତନ ଗୃହ ନିର୍ମାଣ କରାଯିବ।
ଆଗ୍ରହୀ ଭକ୍ତମାନେ ସେଠାରେ ପୋଷାକ ପରିବର୍ତ୍ତନ କରିପାରିବେ । ଦକ୍ଷିଣ ଭାରତର ଅଧୂକାଂଶ ମନ୍ଦିରରେ ସ୍ୱତନ୍ତ୍ର ଡ୍ରେସ କୋଡ଼ ବ୍ୟବସ୍ଥା ରହିଛି। ଶ୍ରୀମନ୍ଦିରରେ
ତାହାକୁ ଲାଗୁ କରିବା ପାଇଁ ରଥଯାତ୍ରା ପରେ କେତେକ ସେବକ ନିଯୋଗ ପରାମର୍ଶ ଦେଇଥିଲେ। ସର୍ବସମ୍ମତିକ୍ରମେ ସ୍ୱତନ୍ତ୍ର ଡ୍ରେସ କୋଡ଼ ଲାଗୁ କରାଯାଇଛି । ସବୁ ଧର୍ମରେ ଏଭଳି କିଛି କଟକଣା ରହିଥିବା
ଶ୍ରୀ ଦାସ କହିଛନ୍ତି।ଛତିଶା ନିଯୋଗ ମହାନାୟକ ଜନାର୍ଦନ ପାଟ୍ଟଯୋଶୀ ମହାପାତ୍ର, ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ, ଦଇତାପତି ରାମଚନ୍ଦ୍ର ଦାସ
ମହାପାତ୍ର, ଭିତରଚ୍ଛ ଭବାନୀ ଶଙ୍କର ମହାପାତ୍ର, ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ, ପରିଚାଳନା କମିଟି ସଭ୍ୟ ମାଧବ ଚନ୍ଦ୍ର ମହାପାତ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ |