ତେଲଅଭିଭ/ଜେରୁଜେଲମ, ରକ୍ତମୁଖା ଇସ୍ରାଏଲ । ପାଲେଷ୍ଟାଇନର କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ହମାସ ଇସ୍ରାଏଲ ଉପରେ ଆକ୍ରମଣ ପରେ ଏବେ ଯୁଦ୍ଧକୁ ପ୍ରଚଣ୍ଡ କରିଛି ଇସ୍ରାଏଲ । ସ୍ଥଳଠାରୁ ଆରମ୍ଭ କରି ଆକାଶମାର୍ଗରୁ ଘେରାବନ୍ଦୀ କରିଛି ଇସ୍ରାଏଲ । ଗାଜା ଷ୍ଟ୍ରିପକୁ ଚାରିପଟୁ ଘେରି ବିଜୁଳି, ଇନ୍ଧନ, ଖାଦ୍ୟ-ପାନୀୟ ଯୋଗାଣକୁ ବନ୍ଦ କରିଛି । ହମାସ ବିପକ୍ଷରେ ଯୁଦ୍ଧ ଡାକରା ଦେଇ ଇସ୍ରାଏଲ ନିଜର 3ଲକ୍ଷ ସୈନିକଙ୍କୁ ଯୁଦ୍ଧ ମୈଦାନକୁ ପଠାଇଛି । ଯାହାକୁ ନେଇ ବିଳବିଳଉଛି ଆତଙ୍କବାଦୀ ସଂଗଠନର ନେତା ମୁସା ଆବୁ ମାରଜୁକ୍ । ସେ କହିଛି, ସଂଗଠନର ଯୋଦ୍ଧାମାନେ ଲକ୍ଷ୍ୟ ହାସଲ କରିଛନ୍ତି । ଇସ୍ରାଏଲ ସହିତ ଏକ ସମ୍ଭାବ୍ୟ ଅସ୍ତ୍ରବିରତି ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି। ଏହି ଯୁଦ୍ଧରେ ଏବେ ସୁଦ୍ଧା ଉଭୟ ପକ୍ଷର 1,587 ଲୋକ ପ୍ରାଣ ହରାଇଛନ୍ତି।
Related Stories
November 23, 2024