ନୂଆଦିଲ୍ଲୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱ ବ୍ୟାଙ୍କ ସମୁହ ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ବାର୍ଷିକ ବୈଠକରେ ଯୋଗଦେବା ପାଇଁ ଆଜି ମରକ୍କୋ ଗସ୍ତ କରିବେ ।
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଗସ୍ତ ନେଇ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ବୟାନ । ଏଥିରେ କୁହାଯାଇଛି ଯେ, ଗସ୍ତ ସମୟରେ ସୀତାରମଣ ଡବ୍ଲୁବିଜି ଓ ଆଇଏମଏଫର ବାର୍ଷିକ ବୈଠକ ସହିତ ଜି-20 ବୈଠକ, ଇଣ୍ଡୋନେସିଆ, ମରକ୍କୋ, ବ୍ରାଜିଏ, ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ ଓ ଫ୍ରାନ୍ସର ନିବେଶକ ଓ ଦ୍ୱିପାକ୍ଷିକ ବୈଠକ ଓ ଅନ୍ୟ ବୈଠକରେ ଯୋଗଦେବେ ।
ମନ୍ତ୍ରାଳୟର ସୂଚନା ମୁତାବକ ବିଶ୍ୱ ବ୍ୟାଙ୍କ ସମୁହ ଓ ଆଇଏମଏଫର ବାର୍ଷିକ ବୈଠକ ଅକ୍ଟୋବର 11ରୁ 15 ଯାଏ ଚାଲିବ । ଏହି ବାର୍ଷିକ ବୈଠକରେ ବିଭିନ୍ନ ରାଷ୍ଟ୍ର ଅର୍ଥମନ୍ତ୍ରୀ ଓ ବ୍ୟାଙ୍କର ଭାଗ ନେଇଥାନ୍ତି । ପରମ୍ପରା ଭାବେ ଏହି ବୈଠକ ଲଗାତର ଦୁଇବର୍ଷ ଧରି ୱାଂଶିଯନ ଡିସିରେ ଓ ତୃତୀୟବର୍ଷ କୌଣସି ଅନ୍ୟ ସଦସ୍ୟ ଦେଶରେ ଆୟୋଜିତ ହୋଇଥାଏ ।