ଭୁବନେଶ୍ୱର – ବ୍ୟାଙ୍କ୍ ଗୁଡିକର ମିଶ୍ରଣକୁ ଅଲ୍ ଇଣ୍ଡିଆ ବ୍ୟାଙ୍କ୍ ଅଫିସରସ୍ ଆସୋସିଏସନ୍ ପକ୍ଷରୁ ବିରୋଧ କରାଯାଇଛି । ଏହାର ପ୍ରତିବାଦରେ ଆସନ୍ତା ୨୬ ଓ ୨୭ ତାରିଖରେ ଆନ୍ଦୋଳନ ଡାକରା ଦିଅଯାଇଛି । କେନ୍ଦ୍ର ସରକାର ଏହି ନିଷ୍ପତି ପୁର୍ନବିଚାର ନକଲେ ଆସନ୍ତା ନଭେମ୍ବର ମାସ ଦ୍ୱିତୀୟ ସପ୍ତାହରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଚାଲିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ୩୦ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ୧୦ ଟି ବଡ ବ୍ୟାଙ୍କ୍ ର ମିଶ୍ରଣ କରି ୪ ଟି ବ୍ୟାଙ୍କ୍ କରାଯିବା ନେଇ ଘୋଷଣା କରିଥିଲେ ।