ମୁମ୍ବାଇ, ପୁଣେ ଜିଲ୍ଲାର ପିମ୍ପରି ଚିଞ୍ଚୱଡରେ ଥିବା ଏକ ସୁଇମିଂ ପୁଲରେ ମଙ୍ଗଳବାର ସକାଳେ କ୍ଲୋରିନ ଗ୍ୟାସ ଲିକ୍ ଯୋଗୁ 22ଜଣ ଅସୁସ୍ଥ ହୋଇପଡିଛନ୍ତି । ତେବେ ଖବର ପାଇଁ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଅନ୍ୟପଟେ ପିମ୍ପରି ଚଞ୍ଚୱଡ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସୁଇମିଂ ପୁଲକୁ ବନ୍ଦ କରିଦେଇଛି ।
ପୋଲିସ ସୂଚନା ମୁତାବକ ସୁଇମିଂ ପୁଲରୁ ଆସି ସକାଳେ କ୍ଲୋରିନ ଗ୍ୟାସ ଲିକ୍ ହୋଇଥିଲା । ଏହା ଯୋଗୁ 22ଜଣ ଲୋକେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏହାଯୋଗୁ କିଛି ମିଟର ପର୍ଯ୍ୟନ୍ତ ଲୋକଙ୍କର ଶ୍ୱାସଜନିତ ସମସ୍ୟା ଦେଖାଦେଇଥିଲା ।