ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ଟିଗଲ ପଞ୍ଚାୟତ ଏମପିଭି ୬୫ ଗ୍ରାମ ପୋଖରୀ ଉପରେ ଦେଇ ଯାଇଥିବା ବିଦ୍ୟୁତ ତାର ଯୋଗୁଁ ପୋଖରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ବାଧା ଉପୁଜୁଥିବାରୁ ତୁରନ୍ତ ଉକ୍ତ ତାର ସେଠାରୁ ଘୁଞ୍ଚାଇବା ପାଇଁ ଅଞ୍ଚଳ ବାସି ଦାବୀ କରିଛନ୍ତି। ଟିଗଲ ପଞ୍ଚାୟତ ସରପଞ୍ଚ ଆମି କୁଞ୍ଜ ଏ ସମ୍ପର୍କରେ ଗତ ୯ /୨ /୨ ୩ ତାରିଖରେ ଟାଟା ବିଦ୍ୟୁତ ବିଭାଗ ଏସ.ଡ଼ି.ଓ. ଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ବିଦ୍ୟୁତ ବିଭାଗ ତାର ଘୁଞ୍ଚାଇବା ନିମନ୍ତେ ଦୃଷ୍ଟି ଦେବା ପାଇଁ ଦାବୀ ହେଉଛି।
Related Stories
September 19, 2024
September 19, 2024