କୋଲକାତା,ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ନଗର ପାଳିକା ନିଯୁକ୍ତି ଦୁର୍ନୀତି ମାମଲାରେ ବିଜେପି ନେତାଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । କିଛିଦିନ ହେବ କ୍ଷମତାସୀନ ତୃଣମୂଳ କଂଗ୍ରେସର ନେତାଙ୍କର ଘରେ ସିବିଆଇ ଚଢାଉ କରିଥିବା ବେଳେ ସୋମବାର ବିଜେପି ବିଧାୟକଙ୍କ ଘରେ ରେଡ୍ କରିଛି ସିବିଆଇ । ନଦିଆର ରାଣାଘାଟରୁ ବିଜେପିର ବିଧାୟକ ପାର୍ଥ ସାରଥୀ ଚାଟାର୍ଜୀଙ୍କ ଘରେ ଚଢାଉ କରାଯାଇଛି । ସେ ରାଣାଘାଟ ନଗର ପାଳିକାର ପୂର୍ବତନ ଅଧ୍ୟକ୍ଷ ଥିଲେ । ତେବେ ଏହା ପ୍ରଥମ ଥର କୌଣସି ବିଜେପି ନେତାଙ୍କ ଘରେ ସିବିଆଇ ଚଢାଉ କରିଛି । ପୂର୍ବାହ୍ନ 11ଟାରୁ ତାଙ୍କ ଘରେ ଚଢାଉ ଜାରି ରହିଥିବା ବେଳେ ତାଙ୍କ ଘର ଚାରିପଟେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳର ଯବାନଙ୍କୁ ମୁତୟନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ରବିବାର ମମତାଙ୍କ କ୍ୟାବିନେଟ୍ ମନ୍ତ୍ରୀ ଓ କୋଲକାତା ମେୟର, ବିଧାୟକ ଓ ପୂର୍ବତନ ମନ୍ତ୍ରୀଙ୍କ ଘରେ ପ୍ରାୟ 12ଟି ସ୍ଥାନରେ ସିବିଆଇ ରେଡ୍ କରିଥିଲା ।
Related Stories
November 23, 2024