ପୁରୀ, ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ମାରୁତି ନଗର, ପୁରୀ ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରଧାନାଚାର୍ଯ୍ଯ ବିନୋଦ କୁମାର ସେନାପତିଙ୍କ ମାର୍ଗଦର୍ଶନରେ ଆଚାର୍ଯ୍ଯା ମନୋରମା ପ୍ରଧାନ, ଲକ୍ଷ୍ମୀପ୍ରିୟା ରଥ, ସୁନୀତା ଶ୍ରୀଚନ୍ଦନ, ପ୍ରଶାନ୍ତି ତ୍ରିପାଠୀ, ମିନତୀ ଦଳବେହେରା, ଅନୀତା ଜେନାଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଆଚାର୍ଯ୍ଯା ରଜନୀ ମହାପାତ୍ର ଉକ୍ତ କାର୍ଯ୍ୟକ୍ରମଟି ସମସ୍ତଙ୍କ ସହଯୋଗରେ ଉତ୍ତମ ରୂପେ ସମାପନ ହୋଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ପାଇଁ କାର୍ଯ୍ୟ କଲେ ସୁନାଗରିକ ହୋଇ ପାରିବ ବୋଲି ଗୁରୁମାମାନେ ଉପସ୍ଥିତ ଶିଶୁ ଭାଇଭଉଣୀଙ୍କୁ ପରାମର୍ଶ ଦେବା ସହିତ ଗୋପବନ୍ଧୁଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କଲେ ତାଙ୍କର ସମାଜ ପ୍ରତି ଥିବା ଅବଦାନର ଉପଯୁକ୍ତ ସମ୍ମାନ ହୋଇପାରନ୍ତା ବୋଲି ଆଲୋକପାତ କରିଥିଲେ।