ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଓ ବୁଗୁଡ଼ା ବନାଚଂଳ ଅଧିନ କୁମୁଣ୍ଡା ଗ୍ରାମରେ ଆଜି ସକାଳେ ବାରହା ଆକ୍ରମଣରେ ଜନୈକ ଦମ୍ପତି ଗୁରୁତର ହୋଇଛନ୍ତି । ସେମାନେ ହେଲେ କାଳୁଚରଣ ପ୍ରଧାନ ଏବଂ ପତ୍ନୀ ମଙ୍ଗୁଳି ପ୍ରଧାନ ।
ନୂଆସାହି ବାସିନ୍ଦା କାଳୁଚରଣ ଓ ମଙ୍ଗୁଳି ପ୍ରତିଦିନ ଭଳି ଆଜି ଭୋରରୁ ଧାନ ବିଲରୁ ଘାସ ବାଛିବାକୁ ଯାଇଥିଲେ । ଏହି ସମୟରେ ଚଣ୍ଡୀପୋଖରୀର କଂଟାବୁଦା ଭିତରେ ଲୁଚି ରହିଥିବା ଏକ ବାରହା ସେମାନଙ୍କ ଉପରେ ଅଚାନକ ଆକ୍ରମଣ କରି ଲହୁଲୁହାଣ କରି ପକାଇଥିଲା । ତେବେ ବହୁ କଷ୍ଟରେ ଉଭୟ ବାରହା କବଳରୁ ଜୀବନ ବଂଚାଇ ସେଠାରୁ ଦୌଡି ପଳାଇ ଆସିଥିଲେ । ଉଭୟଙ୍କୁ ଚିକିତ୍ସା ନିମନ୍ତେ ଜଗନ୍ନାଥପ୍ରସାଦ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ କାଳୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ପରେ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଛି ।