ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଜଳଯୋଗାଣର ଶୁଭାରମ୍ଭ କଲେ । ସେ ରାଜ୍ୟର ନୂଆ ୫ଟି ସହର ଏବଂ ଅନ୍ୟ ୧୩ ସହରର ୧୪୯ଟି ଓ୍ବାର୍ଡରେ ଏହି ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନା ଆରମ୍ଭ କରିଛନ୍ତି ।
ଏହି ଅବସରରେ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକକହିଛନ୍ତି, ଭଲ ପିଇବା ପାଣି ଯୋଗାଇବା ଆମର ଲକ୍ଷ୍ୟ। ୫ଟି ସହର ପାଇଁ ପ୍ରକଳ୍ପ ଉଦଘାଟନ କରି ମୁଁ ବହୁତ ଖୁସି। ସେହି ୫ଟି ସହର ହେଲା ନିମାପଡ଼ା, ଚମ୍ପୁଆ, ରାଇରଙ୍ଗପୁର, ରାଜଗାଙ୍ଗପୁର ଓ ବୀରମିତ୍ରପୁର। ଏହା ଦ୍ୱାରା ୩୦ହଜାର ପରିବାର ଉପକୃତ ହେବେ। ଦେଶର ପ୍ରଥମ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ରାଜ୍ୟ ହେଉଛି ଓଡ଼ିଶା। ୧୩ଟି ସହରର ୧୪୯ ୱାର୍ଡରେ ୨୪ଘଣ୍ଟିଆ ସୁବିଧା ମିଳୁଛି ବୋଲି ସେ କହିଛନ୍ତି ।