
ଭୁୁବନେଶ୍ୱର, ଉତ୍କଳ ସମ୍ମିଳନୀର ପୁର୍ବତନ ସଭାପତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ସମ୍ମିଳନୀ ପକ୍ଷରୁ ବରପୁତ୍ରଙ୍କ ପ୍ରତିମୂର୍ତିର ମାଲ୍ୟାର୍ପଣ କରାଯାଇ ଜନ୍ମଦିନ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଅତିଥୀ ଭାବେ ଯୋଗଦେଇ ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ସେବା ଓ ଆଦର୍ଶର ମୂର୍ତିମନ୍ତ ପ୍ରତୀକ ବୋଲି ବର୍ଣ୍ଣନା କରିଥିଲେ । ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ତଥା ମଂଚେଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମିଳନୀର ସଭାପତି ଅନନ୍ତ ପ୍ରସାଦ ଜେନା ଓ ଉପ-ସଭାପତି ଡ. ସୁରେନ୍ଦ୍ର ମିଶ୍ର ବରପୁତ୍ରଙ୍କ ଗୁଣଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋଷାଧକ୍ଷା ସୈାଦାମିନୀ ସାମନ୍ତରାୟ, ଶାଖା ଉପଦେଷ୍ଟା ନିମାଇଁ ଦାସ, ଶାଖା ସଭାପତି ସୁବ୍ରତ ମହାପାତ୍ର, ଯୁଗ୍ମ-ସମ୍ପାଦକ ସିଧାର୍ଥ ଶଙ୍କର ଗଡନାୟକ, ବାସନ୍ତୀ ତ୍ରିପାଠୀ, ମହେଶ୍ୱର ବିଶ୍ୱାଳ, ଅକ୍ଷୟ କୁମାର ଜେଠୀ, ଦିପ୍ତୀମୟୀ ନାୟକ, ସୁରଜିତ ପରିଡା, ମନୋଜ କୁମାର ରାଉତ, ପ୍ରଗତି ରଥ, ଗୋପୀ ମୋହନ ପଟ୍ଟନାୟକ, ରାମଚନ୍ଦ୍ର ସାମଲ ଓ ନିତ୍ୟାନନ୍ଦ ସାମନ୍ତରାୟ ପ୍ରମୁଖ ଭାଗନେଇ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଁ ଥିଲେ ।