ଭୁବନେଶ୍ୱର – ଏଣିକି ୧୮ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀ ସ୍କୁଲକୁ ଗାଡ଼ି ନେଇ ଆସିପାରିବେନାହିଁ । ଯଦି କୌଣସି ଛାତ୍ରଛାତ୍ରୀ ଗାଡ଼ି ଚଳାଇବା ସମୟରେ ଧରା ପଡ଼ନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ । ଗାଡି ମାଲିକ ସହିତ ସମ୍ପୃକ୍ତ ସ୍କୁଲ ଓ ଛାତ୍ରଛାତ୍ରୀଙ୍କୁ ଜରିମାନା ଦେବାକୁ ପଡ଼ିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟ ପକ୍ଷରୁ ନିଦେ୍ର୍ଧଶନାମା ଜାରି ହୋଇଛି ।
ଏସମ୍ପର୍କରେ ସମସ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲଙ୍କୁ ଚିଠି ଲେଖିଛନ୍ତି ନିଦେ୍ର୍ଧଶାଳୟର ଉପନିକଦେ୍ର୍ଧଶକ । ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଏହାକୁ କଡ଼ାକଡ଼ି ପାଳନ କରିବା ସହ ଯେପରି ଛାତ୍ରଛାତ୍ରୀ ଏଦିଗରେ ସଚେତନ ହେବେ ସେ ନେଇ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି ।
ସେହିପରି ସ୍କୁଲ ବସ୍ ନୀତିକୁ ମଧ୍ୟ କଡାକଡି ପାଳନ କରିବାକୁ ନିଦେ୍ର୍ଧଶନାମାରେ ଉଲ୍ଲେଖ କରାଯାଇଛି । ଏହାଛଡ଼ା ସ୍କୁଲକୁ ଛାତ୍ରଛାତ୍ରୀଙ୍କୁ ଆଣି ଆସୁଥିବା ୩ ଚକିଆ ଗାଡି ଯେଭଳି କ୍ଷମତାଠାରୁ ଅଧିକ ପରିବହନ କରିବେ ନାହିଁ ତଥା ସଡକ ସୁରକ୍ଷା ନିୟମକୁ କଡାକଡି ପାଳନ କରିବେ ସେ ଦିଗରେ ଦୃଷ୍ଟି ଦେବାକୁ ଚିଠିରେ କୁହାଯାଇଛି । ଯଦି ଏହି ସଡକ ସୁରକ୍ଷା ନିୟମ ପାଳନ କରିବାରେ କୌଣସି ଉଲ୍ଲଂଘନ ହେଲେ ତୁରନ୍ତ ସ୍ଥାନୀୟ ଆରଟିଓଙ୍କୁ ଜଣାଇବା ଲାଗି ନିଦେ୍ର୍ଧଶ ଦିଆଯାଇଛି ।