ଭୁବନେଶ୍ୱର, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ତଥା ‘ସେବା ଦିବସ’ ଅବସରରେ, ଉତ୍କଳ ବିପନ୍ନ ସହାୟତା ସମିତି ଆନୁକୂଲ୍ୟରେ ସମିତିର ମେଂଚଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ “ସେବା” ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମ୍ ହସ୍ପିଟାଲ୍ର ଡା. ଗିରିଜାନନ୍ଦିନି କାନୁନଗୋ ମୁଖ୍ୟ ଅତିଥି ଏବଂ ଶ୍ରୀ ହସ୍ପିଟାଲର ଡା. ରିତେଶ ଭୁତ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଡା. କାନୁନଗୋ ତାଙ୍କ ବକ୍ତବ୍ୟବରେ କହିଲେ ଯେ, ରକ୍ତର କୌଣସି ବିକଳ୍ପ ନାହିଁ । ଜଣେ ସୁସ୍ଥବାନ ପୁରୁଷ ଜୀବନ କାଳ ମଧ୍ୟରେ ୧୮୮ ଥର ଏବଂ ଜଣେ ସୁସ୍ଥ୍ୟ ମହିଳା ୧୪୧ ଥର ରକ୍ତଦାନ କରିପାରିବ । ଆକସ୍ମିକ ପରିସ୍ଥିତିରେ ରକ୍ତର ଆବଶ୍ୟକତା କେତେ ଜରୁରୀ ତାହା ଅନୁଭବୀ ହିଁ କହିପାରେ ବୋଲି ସେ କହିଥିଲେ । ମୁଖ୍ୟବକ୍ତା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବର ସହପ୍ରାନ୍ତ ପ୍ରଚାରକ ସୃଷ୍ଟିଧର ବିଶ୍ୱାଳ ଉପସ୍ଥିତ ଜନସାଧାରଣଙ୍କୁ ଗୋପବନ୍ଧୁ ଦାସଙ୍କ ଜୀବନ ଦର୍ଶନ ଯାହାକି କେବଳ ସେବାରେ ସୀମିତ ନ ରହି କର୍ତବ୍ୟ ବୋଲି କୁହାଯିବା ଯଥାର୍ଥ ହେବ । କାରଣ ସେବା ଦ୍ୱାରା କିଛି ପାଇବାର ଆଶା ଥାଏ ମାତ୍ର କର୍ତବ୍ୟରେ କୌଣସି ପାଇବାର ନଥାଏ । ପଣ୍ଡିତ ଗୋବବନ୍ଧୁ ଦାସଙ୍କ ଜୟନ୍ତୀ ଆମେ ଏଇଥି ପାଇଁ ପାଳନ କରୁ ଯେ, ଆମ ସମସ୍ତଙ୍କ ମଧ୍ୟରେ ଯେଉଁ କର୍ତବ୍ୟ ପଣିଆ ଲୁକ୍କାୟିତ ଅବସ୍ଥାରେ ରହିଛି ତାକୁ ଜାଗ୍ରତ କରାଇବା । ଯାହା ଦ୍ୱାରା ଜଣେ ନିଜର ସେବା ଓ କର୍ତବ୍ୟ କଣ ବୁଝି ପାରିବ ଏବଂ କର୍ତବ୍ୟ ପରାୟଣ ହେବ । ଏହି ଶିବିରକୁ ସୁଶ୍ରୁତ ପ୍ରାନ୍ତ ସଂଯୋଜକ ରୁଦ୍ରନାରାୟଣ ମହାପାତ୍ର ସଂଯୋଜନା କରିଥିଲେ । ଉକ୍ତ ଶିବିରରେ ୬୬ ୟୁନିଟ୍ ରକ୍ତ ସଂଗୃହିତ କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ହସ୍ତାନ୍ତର କରାଯାଇଛି ।
Related Stories
November 24, 2024
November 24, 2024