ମାଲକାନଗିରି, ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ ମାଲକାନଗିରି ଗସ୍ତ ସମୟରେ ବାଲିମେଳା ଶ୍ରୀ ଜଗନ୍ନାଥ ମନ୍ଦିର ପୁନରୁଦ୍ଧାର ପାଇଁ ବାଲିମେଳାର ସ୍ଥାନୀୟ ଜନପ୍ରତିନିଧି ମାନେ ସଚିବଙ୍କୁ ଅନୁରୋଧ କରିଥିଲେ। ଜନପ୍ରତିନଧି ଏବଂ ସ୍ଥାନୀୟ ଲୋକଙ୍କ ଅନୁରୋଧକୁ ଗ୍ରହଣ କରି ସଚିବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଫାଇଭ-ଟି ମାଧ୍ୟମରେ ୨୦ ଲକ୍ଷ ଟଙ୍କା ବାଲିମେଳା ଶ୍ରୀ ଜଗନ୍ନାଥ ମନ୍ଦିର ପୁନରୁଦ୍ଧାର ଲାଗି ମଞ୍ଜୁର କରିଥିଲେ। ଉକ୍ତ ଟଙ୍କାରେ ଆଜି ମନ୍ଦିର ଛାତ ପକା ଯାଉଥିବାରୁ ଜିଲ୍ଲା ଏସ.ଡି.ସି. ଅଧ୍ୟକ୍ଷ ଆଡମା ରାବା, ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ଜିଲ୍ଲା ବିଜେଡି ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ବିଜେଡି ଉପ ସଭାପତି ନୃସିଂହ ଚରଣ ମହାନ୍ତି, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ଯୁବ ନେତା ଲକ୍ଷ୍ମୀ ନାରାୟଣ ଓ ଅନ୍ୟ ବାଲିମେଳାର ବହୁ ବ୍ୟକ୍ତି ଉପସ୍ଥିତ ରହି ଚାଲିଥିବା କାର୍ଯ୍ୟର ପରିଦର୍ଶନ କରିଥିଲେ।
Related Stories
November 25, 2024