-
ଦୁଷ୍କର୍ମ ନେଇ ଅଭିଯୋଗ ଆସିନି, ଯଦି ଆଗକୁ ଆସେ, ତେବେ ତଦନ୍ତ କରାଯିବ- ଏସଡିପିଓ
ସୁନ୍ଦରଗଡ଼, ସୁନ୍ଦରଗଡ଼ ଇବ୍ ନଦୀ ପୋଲ ଉପରୁ ମାଆ ଝିଅଙ୍କୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର କରାଯିବା ଘଟଣା ସମ୍ପର୍କରେ ଆଜି ଏସଡିପିଓ ସୂଚନା ଦେଇ କହିଛନ୍ତି ଯେ, ସେମାନେ ଛତିଶଗଡ଼ ତୁମଳା ଥାନା ଖାରିବାହାଲ ଗ୍ରାମର ବାସିନ୍ଦା । ପୀଡ଼ିତା ମହିଳାଙ୍କ ସାନ ଭଉଣୀ ଏହା କହିଛନ୍ତି । ମାଆ ଝିଅଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ କୌଣସି ଅଭିଯୋଗ ଆସିନି । ତାଙ୍କ ପରିବାର ଲୋକ ମଧ୍ୟ ଏନେଇ କୌଣସି ଅଭିଯୋଗ କରିନାହାଁନ୍ତି । ଅନ୍ୟପକ୍ଷରେ ଏସଡିପିଓ କହିଛନ୍ତି ଯେ, ଯିଏ ଦୁଷ୍କର୍ମ କଥା କହୁଛନ୍ତି, ସେମାନେ କେଉଁ ଆଧାରରେ ଏପରି କହୁଛନ୍ତି ତାହା ଆମେ ଜାଣିନୁ । ଯଦି ଆଗକୁ ଦୁଷ୍କର୍ମ ଅଭିଯୋଗ ଆସେ, ତେବେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି । ବର୍ତମାନ ଉଭୟ ମା ଝିଅ ମାନସିକ ସ୍ତରରେ ଅସ୍ଥିର ଅଛନ୍ତି, ସେମାନଙ୍କ ପରିବାର ଲୋକ ସେମାନଙ୍କୁ ଘରକୁ ନେବାକୁ ଚାହୁଁଛନ୍ତି । ବୁଧବାର ଠାରୁ ମାଆ ଝିଅ ଘରୁ ଆସିଥିବା ବେଳେ ପରିବାର ଲୋକ ସେମାନଙ୍କୁ ଖୋଜୁଥିଲେ । ଏନେଇ ଯାହା ଆଇନଗତ ପ୍ରକ୍ରିୟା ରହିଛି ତାହା ପୂରଣ କରାଯିବ ବୋଲି ଏସଡିପିଓ କହିଛନ୍ତି ।
ପ୍ରକାଶ ଥାଉକି, ଗତ ଶୁକ୍ରବାର ଦିନ ୧୨ଟାରେ ଜନଗହଳିପୂର୍ଣ୍ଣ କଲେଜ ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଏହି ଦୁଇ ମହିଳା ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା । ପରେ ସେମାନଙ୍କୁ ରାସ୍ତାରୁ ଉଦ୍ଧାର କରିଥିଲେ ବିଧାୟିକା କୁସୁମ ଟେଟେ ।