
ବୌଦ୍ଧ- ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ତିଲେଶ୍ୱରର ଫ୍ରେଣ୍ଡସ ଆସୋସିଏସନ ଓ ବଜାର କମିଟି ମିଳିତ ସହଯୋଗରେ ୧୯ ତମ ରାଜ୍ୟସ୍ତରୀୟ ତିଲେଶ୍ୱର କପ ଫୁଟବଲ୍ ଟୁର୍ଣ୍ଣାମେଂଟ ତିଲେଶ୍ୱର ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ମଙ୍ଗଳବାର ଦିନ ଉଦଘାଟିତ ହୋଇଛି । ଉଦଘାଟନୀ ଖେଳ ରାୟପୁରର ଚମ୍ପିୟାନ କ୍ଳବ ଓ କଟକ ରାଇଜିଙ୍ଗ ଷ୍ଟୁଡେଂଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ହରଭଙ୍ଗା ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଜିଲା ପରିଷଦ ଉପାଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ପୁରୁଣାକଟକ ରେଞ୍ଜର ନିହାର ରଞ୍ଜନ ମଲିକ, ଧଳପୁର ସରପଂଚ ପ୍ରଣୟ ବାରିକ, ତିଲେଶ୍ୱର ସରପଂଚ ପ୍ରଶାନ୍ତ କୁମାର ପ୍ରଧାନ, ବଜାର କମିଟି ସଭାପତି ଅର୍ଜ୍ଜୁନ ପ୍ରଧାନ ପ୍ରମୁଖ ଯୋଗଦେଇ ଟୁର୍ଣ୍ଣାମେଂଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦଘାଟନୀ ଖେଳଟି ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିବା ବେଳେ ଖେଳର ପ୍ରଥମାର୍ଦ୍ଧ କଟକ ରାଇଜିଙ୍ଗ ଷ୍ଟୁଡେଂଟ ଦଳ ଗୋଟିଏ ଗୋଲ୍ ଦେଇ ଆଗୁଆ ଥିବା ବେଳେ ଦିତୀୟାର୍ଦ୍ଧରେ ପୁର୍ନବାର ଆଉ ୨ ଗୋଟି ଗୋଲ୍ ଦେଇ ୩-୦ ଗୋଲରେ ବିଜୟୀ ହୋଇଥିଲା ।
ଖେଳକୁ ରେଫରି ଶ୍ୟାମ ସୁନ୍ଦର ଶାହା ପରିଚାଳନା କରିଥିବା ବେଳେ ଲାଇନସରେ ସତ୍ୟନାରାୟଣ ମୁଖି, ସୁନୀଲ ବେହେରା ଓ ଚତୁର୍ଥ ରେଫରି ଭାବେ ସରୋଜ କୁମାର ମୁନି ଓ ମ୍ୟାଚ୍ କମିଶନର ଭାବେ ରଞ୍ଜନ କୁମାର ଯୋଶୀ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟୁର୍ଣ୍ଣାମେଂଟ ସଂଯୋଜକ ସରୋଜ କୁମାର ପ୍ରଧାନ, ଫେଣ୍ଡସ ଆସୋସିଏସନର କୋଷାଧ୍ୟକ୍ଷ ଶୁଭ୍ରଜିତ ପ୍ରଧାନ, ସଞ୍ଜୟ ବେହେରା, ବିଜ୍ଞାନ କର୍ଣ୍ଣ ପ୍ରମୁଖ ସହଯୋଗ କରିଥିଲେ । ଟୁର୍ଣ୍ଣାମେଂଟର ଦିତୀୟ ଦିନର ଖେଳ ବରଗଡ ୟୁନାଇଟେଡ କ୍ଳବ ଓ ଖୋର୍ଦ୍ଧା ଆରିୟାନ କ୍ଳବ ମଧ୍ୟରେ ଅନୁଷ୍ଠିତ ହେବ ।