କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ପ୍ରତ୍ୟେକ ଶିଶୁ ମଧ୍ୟରେ ପ୍ରତିଭା ରହିଛି।ତାହାର ଉପଯୁକ୍ତ ଉନ୍ମେଷ ଘଟିଲେ ସମାଜ, ରାଜ୍ୟ ଓ ଦେଶର ବିକାଶ ରେ ତାହା ସହାୟକ ହୋଇ ପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ କହିଛନ୍ତି। ସଂସ୍କୃତି ଭବନ ପରିସରରେ ପୁରୀ ଜିଲ୍ଲା ପ୍ରଶାସନ ଓ ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ଶିଶୁ ପ୍ରତିଭା ଉତ୍ସବ ମହକ ଓ ଉତ୍ସାହ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ପିଲା ମାନଙ୍କ ଜ୍ଞାନ ଓ ବୁଦ୍ଧିମତାର ବିକାଶ ପାଇଁ ବିବିଧ ପ୍ରତିଯୋଗିତା ଜରୁରୀ।କିନ୍ତୁ ଜଣେ ସେଥିରେ ସଫଳ ନ ହେଲେ ମଧ୍ୟ ଅଂଶଗ୍ରହଣ କରି ଯେଉଁ ଅଭିଜ୍ଞତା ହାସଲ କରେ ତାହା ପରବର୍ତ୍ତୀ ସମୟ ପାଇଁ ତାକୁ ପ୍ରେରଣା ଦିଏ।ପୁରୀ ଜିଲ୍ଲା ପ୍ରଶାସନ ପିଲା ମାନଙ୍କୁ ସମସ୍ତ ସହଯୋଗ ଓ ସୁବିଧା ଦେଇ ଆସୁଛି। ଡେଲାଙ୍ଗ ର ଅନନ୍ୟା ପ୍ରଧାନ ନାମକ ଖୋ ଖୋ କ୍ରୀଡ଼ାବିତ ଜାତୀୟ ସ୍ତର ପାଇଁ ଚୟନ ହେବା ଅତ୍ୟନ୍ତ ଖୁସି ଓ ଗର୍ବ ର କଥା ବୋଲି କହିବା ସହ ଶ୍ରୀ ସାହୁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଗୋପବନ୍ଧୁ ଜୟନ୍ତୀ ଅବସରରେ ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁ ସଂଗ୍ରାହାଳୟର ପରିଦର୍ଶନ ପାଇଁ ଦେୟ ମୁକ୍ତ ପ୍ରବେଶ ଘୋଷଣା କରାଯାଇଛି ବୋଲି ସେ ସୂଚନା ଦେବା ସହ ବିଭିନ୍ନ ଶିଶୁ ପରିଚର୍ଯ୍ଯା କାରୀ ଅନୁଷ୍ଠାନର ଅନ୍ତେବାସୀ ଙ୍କୁ ପରିଦର୍ଶନ ରେ ନେବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଅଜିତ କୁମାର ମହାପାତ୍ର ଶିଶୁ ମାନେ ଆମ ଭବିଷ୍ୟତର ସମ୍ବଳ ଓ ସମ୍ଭାବନା।ସେମାନଙ୍କ ବିକାଶ ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ରାଜ୍ୟ ଶିଶୁ ବିକାଶ କମିଟି ସଦସ୍ୟ ସଂଗ୍ରାମ କେଶରୀ ସାମଲ,ପ୍ରାକ୍ତନ ଶିଶୁ ମଙ୍ଗଳ କମିଟି ସଦସ୍ୟ ଶକ୍ତି ପଦ ମିଶ୍ର ଶିଶୁ ମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ପ୍ରତିଭାର ପରିପ୍ରକାଶ କରିବା ଉପରେ ଗୁରୂତ୍ୱ ଦେଇଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ।ପ୍ରୋଟେକ୍ସନ ଅଧିକାରୀ ଶୁଭ ନାରାୟଣ ଶତପଥି କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।ଅତିଥି ମାନେ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଓ ଅନୁଷ୍ଠାନ କୁ ପୁରସ୍କୃତ କରିଥିଲେ।ଶିଶୁ ସୁରକ୍ଷା ୟୁନିଟ ର କାଉନସିଲର ସ୍ନିଗ୍ଧା ରାଣୀ ସାହୁ,ରୋଜାଲିନ ରାଉତ ଓ ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟ ରେ ସହଯୋଗ କରିଥିଲେ।ଜିଲ୍ଲାର ସମସ୍ତ ଶିଶୁ ପରିଚର୍ଯ୍ଯାକାରୀ ଅନୁଷ୍ଠାନ ର ଅନ୍ତେବାସୀ ଏଥିରେ ଅଂଶଗ୍ରହଣ କରିଥିଲେ।
Related Stories
November 23, 2024