ତେଲ ଅଭିଭ,ଗାଜା ଷ୍ଟ୍ରିପରେ ବଢୁଥିବା ଉତ୍ତେଜନା ମଧ୍ୟରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ବହୁ ସଂଖ୍ୟାରେ ରକେଟ୍ ଫିଙ୍ଗିଛନ୍ତି। ଆତଙ୍କବାଦୀଙ୍କ ଘମାଘୋଟ ଆକ୍ରମଣ ଭିତରେ 3ଶହରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ସେହିପରି 15ଶହରୁ ଅଧିକ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜିମନ୍ ନେତାନ୍ୟାହୁ । ହମାସକୁ ଏହାର ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ସେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଇସ୍ରାଏଲ ପକ୍ଷରୁ ଏହାର ପ୍ରତ୍ୟୁତ୍ତର ଦିଆଯାଇଛି । ଇସ୍ରାଏଲର ଆକ୍ରମଣ ଯୋଗୁ 2ଶହରୁ ଅଧିକ ଫିଲିସ୍ତାନୀ ନାଗରିକଙ୍କର ମୃତ୍ୟୁ ହୋଇଛି । ଦୁଇ ପକ୍ଷରୁ ଆଜି ସକାଳେ ମଧ୍ୟ ଗମାଘୋଟ ଲଢେଇ ହୋଇଛି । ଆକାଶରେ ଆଜି ସକାଳେ ବି ରକେଟ୍ ଗର୍ଜୁଥିବାର ଶୁଣିବାକୁ ମିଳିଥିଲା । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଆଜି ଏହି ପ୍ରସଙ୍ଗରେ ଏକ ବୈଠକ ଡାକିଛି। ଅନ୍ୟପଟେ ଭାରତ ନାଗରିକଙ୍କ ପାଇଁ ଏକ ପରାମର୍ଶବଳୀ ଜାରି କରିଛି।