ବଲାଙ୍ଗିର, ଆଜି ରବିବାର ପରେ ପ୍ରତିଥର ଭଳି ସହଯୋଗ ଫାଉଣ୍ଡେସନର ଅନ୍ନପୂର୍ଣ୍ଣା ଯୋଜନାର ୫୧ତମ ଭାତ ଡାଲମା ଖଟା ଓ ମିଠା ଭୀମଭୋଇ ମେଡିକାଲ କଲେଜ ହସ୍ପିଟଲ ପରିସରରେ ଆବଶ୍ୟକ କରୁଥିବା ବ୍ୟକ୍ତି ବିଶେଷଙ୍କୁ ବଣ୍ଟନ କରାଯାଇଥିଲା।
ଆଜିର ମଧ୍ୟାହ୍ନ ଭୋଜନ ଯୋଗାଣ କାର୍ଯ୍ୟକ୍ରମରେ ବଲାଙ୍ଗିରର ମଲଙ୍ଗ ପରିବାର ସହଯୋଗ କରିଥିଲେ। ପରିବାରର ସଦସ୍ୟ ଓ ଫାଉଣ୍ଡେସନ ର ସ୍ବେଛାସେବୀ ମାନ ଉପସ୍ଥିତ ରହି ହସ୍ପିଟାଲର ରୋଗୀ, ସେମାନଙ୍କ ସେବାକାରୀ ମାନଙ୍କୁ ଖାଦ୍ୟ ଦିଆଯାଇଥିଲା। ଅନ୍ନ ଦାନ ଭଳି ଏକ ମହତ କାର୍ଯ୍ୟର ସହଯୋଗୀ ମାନଙ୍କୁ ସଂସ୍ଥା ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି।