ଗଞ୍ଜାମ, କୋଦଳା କୋର୍ଟରୁ ଜଣେ ଓକିଲ ସହ କଥାବାର୍ତା ହୋଇ ଫେରୁଥିବା ବେଳେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କେ.ବରିଡ଼ା ଗ୍ରାମର ଦୀପୁ ପାତ୍ର ନାମକ ଜଣେ ଯୁବକଙ୍କୁ ଅପହରଣ ଅଭିଯୋଗ ହୋଇଛି । ୨୪ ଘଂଟାରୁ ଉର୍ଦ୍ଧ୍ଵ ସମୟ ବିତି ଯାଇଥିଲେ ମଧ୍ୟ ଏଯାବତ୍ ଦୀପୁଙ୍କ କୌଣସି ସନ୍ଧାନ ମିଳିପାରିନାହିଁ । ଏଥିପାଇଁ ମା ଅଲେଖା ପାତ୍ର ଚିନ୍ତିତ ହୋଇପଡିବା ସହ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) ଜଗମୋହନ ମୀନାଙ୍କୁ ଆଜି ଭେଟିଛନ୍ତି । ଦୀପୁଙ୍କୁ ସୁରକ୍ଷିତ ଭାବେ ଖୋଜି ଆଣିବାକୁ ସେ ଲିଖିତ ଭାବେ ନିବେଦନ କରିଛନ୍ତି ।
ଅନ୍ୟପକ୍ଷରେ ଦୀପୁଙ୍କୁ ନିସ୍ତୁକ ମାଡ ମରାଯାଇଥିବା ନେଇ ଭିଡ଼ିଓ ମୋବାଇଲ୍ କୁ ଆସିଥିବା ତାଙ୍କ ସାନଭାଇ କହିଛନ୍ତି । ପୁରୁଷୋତମପୁର ଏସଡିପିଓ ଏବଂ କୋଦଳା ଥାନା ଅଧିକାରୀଙ୍କ ନେତୃତ୍ଵରେ ଏକ ଟିମ୍ ଗଠନ କରାଯାଇଛି । ଖୁବ୍ ଶୀଘ୍ର ଦୀପୁଙ୍କୁ ଠାବ କରାଯିବ ବୋଲି ଏସପି ପ୍ରତିଶୃତି ଦେଇଛନ୍ତି ।