କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,’ କ୍ରାନ୍ତିଦର୍ଶୀ ସାହିତ୍ୟ ମଞ୍ଚ ‘ ଆନୁକୂଲ୍ୟରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ପ୍ରଫେସର ଚିତ୍ତ ରଞ୍ଜନ ଦାସ ଜନ୍ମ ଶତବାର୍ଷିକୀ ବକ୍ତୃତାମାଳା କ୍ରମରେ ଏକ ଆଲୋଚନା ଚକ୍ର ମନୋଜ୍ଞ ପରିବେଶରେ ସମ୍ପନ୍ନ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ଅନୁଷ୍ଠାନର ସଭାପତି ଇଂ ଗିରିଜା ଶଙ୍କର ପାଢ଼ୀ କହିଲେ ଯେ ” ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ,ପ୍ରାବନ୍ଧିକ ଓ ଶିକ୍ଷାବିତ୍ ପ୍ରଫେସର ଚିତ୍ତ ରଞ୍ଜନ ଦାସ ଓଡ଼ିଶାର ସକ୍ରେଟିସ ଥିଲେ। ପ୍ରଫେସର ଦାଶ ଶ୍ରୀ ଅରବିନ୍ଦଙ୍କ ଦର୍ଶନର ପ୍ରବକ୍ତା ଭାବେ ସମଗ୍ର ଓଡ଼ିଶାରେ ଶ୍ରୀ ଅରବିନ୍ଦଙ୍କ ପ୍ରଣୀତ ପୂର୍ଣ୍ଣାଙ୍ଗ ଶିକ୍ଷା ର ପ୍ରସାର ପାଇଁ ଶରୀର,ମନ,ପ୍ରାଣ ଓ ଚୈତନ୍ୟ ନିବେଶିତ କରିଥିଲେ। ସଂପାଦକ ଡଃ ବଳରାମ ଦାଶ ସ୍ବାଗତ ସମ୍ଭାଷଣ ପୂର୍ବକ କହିଲେ ଯେ ଚିତ୍ତ ଭାଇ ତାଙ୍କ ବିଶ୍ଵ ଭାରତୀର ଅଧ୍ୟୟନ ସମୟରେ ସ୍ପିନୋଜା ଙ୍କ ଦର୍ଶନ ସମ୍ପର୍କରେ ଏକ ପୁସ୍ତକ ଲେଖି ବିଶ୍ବବ୍ୟାପୀ ପ୍ରଶଂସା ଅର୍ଜନ କରିଥିଲେ। ମୁଖ୍ୟ ଅତିଥି ଅଧ୍ୟାପକ ଦେବରାଜ ପ୍ରଧାନ କହିଲେ ଯେ ସେ ଡେନମାର୍କ , ଇସ୍ରାଏଲ,ଜର୍ମାନୀ,ଫିନଲ୍ୟାଣ୍ଡ ପ୍ରଭୃତି ଦେଶରେ ଅତିଥି ଅଧ୍ୟାପକ ଭାବେ ତାଙ୍କର ଅଭିଜ୍ଞତା ଓ ଅନୁଭୂତି କୁ ପୂର୍ଣ୍ଣାଙ୍ଗ ଶିକ୍ଷାର ବିକାଶ ଦିଗରେ ଉପଯୋଗ କରିଥିଲେ। ପ୍ରଫେସର୍ ଜନ୍ମେଜୟ ଦ୍ଵିବେଦୀ କହିଲେ ଯେ ଚିତ୍ତ ଭାଇ ତାଙ୍କ ପ୍ରବନ୍ଧ ସଂଗ୍ରହରେ ଭାରତୀୟ ସଂସ୍କୃତି , ସନାତନୀ ଜୀବନାଦର୍ଶ ଆଧ୍ୟାତ୍ମିକତାର ଉତୁଙ୍ଗ ଭାବନା ବହନ କରିଥାଏ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବିଭୂତି ଭୂଷଣ କର,ରୂପ ରଞ୍ଜନ ତ୍ରିପାଠୀ, ଡଃ ସରୋଜ କୁମାର ହାତୀ,ଉମେଶ ଚନ୍ଦ୍ର ଦାସ, ଶରତ କୁମାର ସାହୁ, ନରେନ୍ଦ୍ର କୁମାର ଜେନା,କଳ୍ପନା ମୁଦୁଲି,ଡଃ ପ୍ରମୋଦ କୁମାର ପଣ୍ଡା, ଶ୍ରୀମତୀ ମନ୍ଦାକିନୀ ଆଚାର୍ଯ୍ୟ, ରୂପରଞ୍ଜନ ତ୍ରିପାଠୀ ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ପରିଶେଷରେ ସମାଜସେବୀ ବାସୁଦେବ ସାହୁ ସମସ୍ତଙ୍କୁ ଧନ୍ୟବାଦାର୍ପଣ କରିଥିଲେ।
Related Stories
November 22, 2024