କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ଶନିବାର ଦିବା ୧୦ ଘଟିକା ସମୟରେ ମଦର୍ସ ପବ୍ଲିକ ସ୍କୁଲ, ପୁରୀ ତରଫରୁ ଶତାଧିକ ଛାତ୍ରଛାତ୍ରୀ ବିଦ୍ୟାଳୟ ର ଅଧ୍ୟକ୍ଷା ସିନ୍ଧୁମୋଲ ଅରୁଣ କୁମାର ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ତତ୍ତ୍ଵାବଧାନରେ ସ୍ବଚ୍ଛତା ସପ୍ତାହ କୁ ସାକାର କରିବା ପାଇଁ ପୁରୀ ସମୁଦ୍ର କୂଳ ( ଦିଗବାରେଣି) ରେ ‘ ସ୍ବଚ୍ଛତା ହିଁ ସେବା ‘ କାର୍ଯ୍ୟକ୍ରମରେ ଆୟୋଜନ କରିଥିଲେ । ଏଥିରେ ସ୍ବଚ୍ଛତା ସମ୍ପର୍କରେ ପରିବେଶ କୁ ସଫା ରଖିବା ସହିତ ପୃଥିବୀ ପୃଷ୍ଠ କୁ ଗଛ ଲଗାଇ ସବୁଜ କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା । କୁନି କୁନି ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କଲେ । ନୃତ୍ୟ, ସଂଗୀତ ତଥା ବକ୍ତୃତା ମାଧ୍ୟମରେ ଛାତ୍ର ଛାତ୍ରୀ ମାନେ ସର୍ବସାଧାରଣ ଙ୍କୁ ସ୍ବଚ୍ଛତା ସମ୍ପର୍କରେ ବାର୍ତ୍ତା ଦେଲେ । ଅଳିଆ ଆବର୍ଜ୍ଜନା ଏଣେ ତେଣେ ନ ଫୋପାଡି ଡଷ୍ଟବିନ୍ ରେ ପକାଇବାକୁ ବୁଝାଇଲେ । ପଲିଥିନ ବ୍ୟବହାର କୁ ନିଷିଦ୍ଧ କରାଯିବା ସହିତ ଗଛ ଲଗାଇ ସବୁଜ ପରିବେଶ ସୃଷ୍ଟି ସମ୍ପର୍କରେ ଅବଗତ କରାଇଲେ । ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ପୃଥିବୀ କୁ ସୁସ୍ଥ ବାତାବରଣ ଯୋଗାଇ ଦେବାକୁ ଶପଥ ଗ୍ରହଣ କଲେ । ନିଜ ସହିତ ଆଉ ଶହେ ଜଣକୁ ସଚେତନ କରାଇବା ଲାଗି ଶପଥ ପାଠ କରିଥିଲେ । ବିଦ୍ୟାଳୟ ର ଅଧ୍ୟକ୍ଷା ଏ ପରିପ୍ରେକ୍ଷୀରେ ଜନସାଧାରଣ ଙ୍କୁ ସ୍ବଚ୍ଛତା ର ବାର୍ତ୍ତା ପ୍ରଦାନ କରିଥିଲେ |
Related Stories
November 22, 2024