ଭୁବନେଶ୍ୱର,କେବଳ ହାତକୁ ସାଧାରଣ ଭାବେ ଧୋଇବା ଯଥେଷ୍ଟ ନୁହେଁ । ରୋଗ ଦାଉରୁ ରକ୍ଷା ପାଇବା ଏବଂ ରୋଗ ବ୍ୟାପିବାର ଆଶଙ୍କାକୁ କମାଇବା ପାଇଁ ହାତକୁ ଭଲ ଭାବରେ ସାବୁନ ବା ହ୍ୟାଣ୍ଡ ଓ୍ୱାସ୍ ସାହାଯ୍ୟରେ ଭଲ ଭାବରେ ଧୋଇବା ଜରୁରୀ । ସଠିକ୍ ଭାବରେ ହାତଧୁଆ କୋଭିଡ୍ ସଂକ୍ରମଣକୁ କମାଇବା ସହିତ ମୃତ୍ୟୁ ସଂଖ୍ୟାକୁ ବହୁ ମାତ୍ରାରେ ହ୍ରାସ କରିବାରେ ସଫଳ ହୋଇଥିଲା ।ସଠିକ୍ ଭାବରେ ହାତ ଧୂଆ ପାଇଁ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଆଦି ସମ୍ପୃକ୍ତ ବିଭାଗ ଦ୍ୱାରାବିଭିନ୍ନ ସମୟରେ ସଚେତନ କରାଯାଉଛି । ଏବେ ଏହି ପ୍ରକ୍ରିୟାକୁ ସୁନିଶ୍ଚିତ କରିବାକୁ ୟୁନିସେଫ ଦେଶବ୍ୟାପୀ ରୋଡ୍ ମ୍ୟାପ୍ ପ୍ରସ୍ତୁତି କରୁଛି । ଓଡିଶାରୁ ପ୍ରଥମେ ଏହି ରୋଡମ୍ୟାପ୍ ଆରମ୍ଭ କରାଯାଇଥିବା ସଂପର୍କରେ ଗୁରୁବାରଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂଣ୍ଣ ବୈଠକରେ ୟୁନିସେଫ୍ ତରଫରୁସୂଚନା ଦିଆଯାଇଛି ।
ଲୋକସେବା ଭବନରେ ଅନୁଷ୍ଠିତ ଏହି ସମନ୍ୱୟ ଏବଂ ପରାମର୍ଶ ବୈଠକରେ ସମ୍ପୃକ୍ତ ସମସ୍ତ ବିଭାଗର ସମନ୍ୱୟରେ ଏହି କାର୍ଯ୍ୟ ସୁସଂପାଦନ ପାଇଁ ଉନ୍ନୟନ କମିଶନର ପରାମର୍ଶ ଦେଇଛନ୍ତି । ୟୁନିସେଫ କ୍ଷେତ୍ର ମୁଖ୍ୟ ଉଇଲିୟମ୍ ହାନଲୋନ ଜେଆର, ୟୁନିସେଫ୍ ଓ୍ୱାସ୍ – ସିସିଇସ୍ ବିଶେଷଜ୍ଞ ସିପ୍ରା ସକ୍ସେନା ପ୍ରମୁଖ ଯୋଗଦେଇ ଓଡିଶାରେ ହାତ ଧୁଆ(ହ୍ୟାଣ୍ଟ ହାଇଜିନ) ରୋଡ୍ ମ୍ୟାପ୍ ପ୍ରସ୍ତୁତି ସମ୍ପର୍କରେ ବିଶଦ୍ ଭାବେ ଆଲୋକପାତ କରିଥିଲେ ।
ହାତ ଧୁଆ ଭଳି ପରିଚ୍ଛନ୍ନତା ରକ୍ଷା, କମ୍ ଖର୍ଚ୍ଚରେ ହେଉଥିବା ଏକ ସ୍ୱାସ୍ଥ୍ୟ ରକ୍ଷା ବ୍ୟବସ୍ଥା । କିନ୍ତୁ ସଚେତନତା ଅଭାବରୁ ଏହି ଅଭ୍ୟାସ ନକରାଯିବା ଫଳରେ ବହୁ ସଂକ୍ରାମକ ରୋଗ ବ୍ୟାପୁଛି ।ମିଳିତ ଜାତିସଂଘର ପୋଷଣୀୟ ବିକାଶଲକ୍ଷ୍ୟହାସଲକରିବାରେସ୍ୱାସ୍ଥ୍ୟରକ୍ଷାଏକଗୁରୁତ୍ୱପୂର୍ଣ୍ଣପ୍ରସଙ୍ଗ ରହିଥିବା ବେଳେ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏପରିକି ଘରେ ଘରେ ପ୍ରତ୍ୟେକ ଜନସାଧାରଣଙ୍କୁ ସାବୁନରେ ହାତ ସଫା କରିବା ଓ ଏଥିପାଇଁ ଆବଶ୍ୟକ ପାଣିର ଉପଲବ୍ଧତାକୁ ନିଶ୍ଚିତ କରିବା ସଂପର୍କରେ ଆଲୋଚନା କରାଯାଇଥିଲା । ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ କ୍ଷେତ୍ରରେ ରାଜ୍ୟର ସରକାରୀ ବିଭାଗଗୁଡ଼ିକ ପ୍ରଭାବଶାଳୀ ଭାବେ ସମନ୍ୱୟ ରକ୍ଷା କରୁଥିବା ବେଳେ ଏ କ୍ଷେତ୍ରରେ ମଧ୍ୟ ଓଡିଶା ଅଗ୍ରଣୀ ଭୂମିକା ନିର୍ବାହ କରିବ ବୋଲି ବୈଠକରେ ଆଲୋଚନା ପ୍ରକାଶ ପାଇଥିଲା । ଭବିଷ୍ୟତରେ ସମ୍ଭାବ୍ୟ ମହାମାରୀକୁ ଦୂର କରିବାକୁହେଲେଏବେଠାରୁଉନ୍ନତହାତପରିଚ୍ଛନ୍ନତାନିମନ୍ତେପ୍ରସ୍ତୁତିଓପ୍ରତିକ୍ରିୟାଯୋଜନାରଆବଶ୍ୟକତାରହିଛି।ଭାଗିଦାରିଭିତ୍ତିକ ସମାଧାନ, ବଜେଟ୍ ରେ ନିର୍ଦ୍ଦିଷ୍ଟଭାବେଅର୍ଥ ଆବଣ୍ଟନ ସହ ପାରସ୍ପରିକ ସୁସମନ୍ୱୟ, ଆକର୍ଷଣୀୟଓ ଅଭିନବ ଢଙ୍ଗରେ ଶିଶୁ ଓ ଛାତ୍ରଛାତ୍ରୀମାନଙ୍କୁବାର୍ତ୍ତା ପ୍ରଦାନ, ନିୟମିତ ଉତ୍ସାହ ଓ ତଦାରଖ ବ୍ୟବସ୍ଥା ସଠିକ୍ ହାତଧୁଆ ସଂପର୍କରେ ଉତ୍ତମଅଭ୍ୟାସଗୁଡ଼ିକରସକରାତ୍ମକପ୍ରଚାର ପ୍ରସାର ଏକ୍ଷେତ୍ରରେସହାୟକହୋଇପାରିବ।
ହାତ ଧୁଆ ପରିଛନ୍ନତାକୁ ସୁନିଶ୍ଚିତ କରିବା ପାଇଁ ଆମପାଖରେଉପଲବ୍ଧ ମାନବ ସମ୍ବଳରଦକ୍ଷତାବୃଦ୍ଧିରଆବଶ୍ୟକତାସମ୍ପର୍କରେ ଆଲୋଚନା କରାଯାଇଥିଲା ।ରାଜ୍ୟରେ ସମସ୍ତ ଆଶାକର୍ମୀ, ବହୁମୁଖୀସ୍ୱାସ୍ଥ୍ୟକର୍ମୀ, ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀମାନଙ୍କୁଏଦିଗରେ ଅଧିକ ସଚେତନପୂର୍ବକ ପ୍ରଶିକ୍ଷଣ ଦିଆଯିବ । ଦକ୍ଷତାବୃଦ୍ଧିପାଇଁ କାର୍ଯ୍ୟକାରୀ କରାଯାଉଥିବା ବିଜୁସ୍ୱାସ୍ଥ୍ୟକଲ୍ୟାଣଯୋଜନା, ମୁଖ୍ୟମନ୍ତ୍ରୀସ୍ୱାସ୍ଥ୍ୟସେବାମିଶନ, ସହରାଞ୍ଚଳସ୍ୱାସ୍ଥ୍ୟପୁଷ୍ଟିଦିବସ, ଓମ୍ବାଡ୍ସିଓଡିଏମ୍ଏଫ୍ କାର୍ଯ୍ୟକାରୀ ବେଳେ ଏହାକୁ ସାମଲ କରାଯାଇ ସୁନିଶ୍ଚିତ କରାଯିବ ।ମା’ ଗୃହ, ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଆଦିଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ହାତଧୂଆସଂପର୍କରେବ୍ୟାପକସଚେତନତାଓଏଥିପାଇଁ ଉତ୍ତମ ପରିବେଶ ସୃଷ୍ଟି ଏ ଦିଗରେ ସହାୟକହେବ।
ଉନ୍ନତହାତଧୂଆବ୍ୟବସ୍ଥାପାଇଁଆନ୍ତଃବିଭାଗୀୟଓଅନ୍ତଃବିଭାଗୀୟସମନ୍ୱୟଉପରେବୈଠକରେଗୁରୁତ୍ୱଦିଆଯାଇଛି।ବ୍ଲକସ୍ତରରେଓଗ୍ରାମପଞ୍ଚାୟତସ୍ତରରେସଚେତନତା, ବିଦ୍ୟାଳୟକୋଠାଗୁଡ଼ିକରେପ୍ରତ୍ୟେକମହଲାରେହାତଧୂଆଷ୍ଟେସନ (ସ୍ଥାନ) ବାଧ୍ୟତାମୂଳକକରାଯିବ।ମହିଳାଓଶିଶୁବିକାଶବିଭାଗଜରିଆରେଅଙ୍ଗନବାଡୀକର୍ମୀମାନଙ୍କ ସମ୍ମିଳିତ ପ୍ରୟାସରେ ହାତଧୁଆ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ।
ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତଜନଜାତି, ଅନୁସୂଚିତଜାତିଉନ୍ନୟନଓସଂଖ୍ୟାଲଘୁକଲ୍ୟାଣବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଶିକ୍ଷା, ଯୋଗାଯୋଗ ଏବଂ ବ୍ୟବହାରିକ ପରିବର୍ତ୍ତନ ସଂପର୍କରେ ରଣନୀତି ପ୍ରସ୍ତୁତି କରିବେ । ଏଥିରେ ଯୋଜନା ଓ ସଂଯୋଜନ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ଅର୍ଥ ବିଭାଗ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ସୂଚନା ଓ ଲୋକ ସଂପର୍କ ବିଭାଗ ଆଦି ସଂପୃକ୍ତବିଭିନ୍ନବିଭାଗ ଓ ଅନୁଷ୍ଠାନର ସମନ୍ୱୟରେ ଆବଶ୍ୟକ ପ୍ରସ୍ତୁତି, ବ୍ୟବସ୍ଥା ନିର୍ଦ୍ଧାରଣ, ସଂସ୍ଥାଗତ ଓ ଭିତ୍ତିଭୂମି ବ୍ୟବସ୍ଥା ଏବଂ ତଦାରଖ କରାଯିବ । ବ୍ୟବହାରିକପରିବର୍ତ୍ତନ, ପାଣ୍ଠିବ୍ୟବସ୍ଥା, ତଦାରଖ,ସମନ୍ୱୟ, ବୈଷୟିକଜ୍ଞାନକୌଶଳରଉପଯୋଗଏହିକାର୍ଯ୍ୟରେସଫଳତାଆଣିଦେବ।
ଅନୁସୂଚିତଜନଜାତି, ଅନୁସୂଚିତଜାତିଉନ୍ନୟନଓସଂଖ୍ୟାଲଘୁକଲ୍ୟାଣବିଭାଗଜରିଆରେପରିଚାଳିତବିଦ୍ୟାଳୟ, ବିଦ୍ୟାଳୟ ପରିଚାଳନାକମିଟି, ଆବାସିକବିଦ୍ୟାଳୟମାଧ୍ୟମରେଏହିକାର୍ଯ୍ୟକୁ ମଧ୍ୟ ଉତ୍ସାହିତକରାଯିବ।ବିଦ୍ୟାଳୟ ପରିସର ବାହାରେମଧ୍ୟଘରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଏହାକୁ ଉତ୍ସାହିତକରିବେ ।ମଡେଲହାତଧୁଆସ୍ଥଳରେଏଲ୍ଇଡିବୋର୍ଡଲଗାଯାଇ ସଚେତନ ବାର୍ତ୍ତା ପ୍ରଦର୍ଶନକରାଯିବ।ପଚାୟତିରାଜବିଭାଗ ଜରିଆରେ ସୂଚନା, ଶିକ୍ଷାଓଯୋଗାଯୋଗପ୍ରଚାରପ୍ରସାରକୁଗୁରୁତ୍ୱଦିଆଯାଇଛି। ସଂପୃକ୍ତ ସମସ୍ତ ବିଭାଗର ସହଯୋଗରେହାତଧୂଆ (ପରିଚ୍ଛନ୍ନତା) ଭଳିଏକଗୁରୁତ୍ୱପୂର୍ଣ୍ଣପଦକ୍ଷେପକୁ ଆମେନିଷ୍ଠାରସହକରିପାରିବାବୋଲିଉନ୍ନୟନକମିଶନରକହିଥିଲେ।
ବୈଠକରେଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି. ମାଥି ଭାଥାନନ୍, ବିଜ୍ଞାନ ଓ ବୈଷୟିକ ବିଦ୍ୟା ବିଭାଗ ତଥା ସରକାରୀ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ତଥା ଶ୍ରୀମତୀ ଚିତ୍ରା ଆରୁମୁଗମ, ମହିଳାଓଶିଶୁବିକାଶବିଭାଗକମିଶନରତଥାଶାସନସଚିବ ଶ୍ରୀମତୀ ଶୁଭା ଶର୍ମା,ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ବୃନ୍ଦା ଡି,ଓସେପାରରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଅନୁପମସାହା, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ନିଦ୍ଦେଶକ (ପାନୀୟ ଜଳ ଓ ପରିମଳ)ଶ୍ରୀବି.ପରମେଶ୍ୱରନ୍, ଓସଡମାରପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ଞାନଦାସ, ରାଜ୍ୟଗ୍ରାମ୍ୟଉନ୍ନୟନପ୍ରତିଷ୍ଠାନ ଏବଂ ୟୁନିସେଫର ଅନ୍ୟ କର୍ମକର୍ତ୍ତାମାନେ ବୈଠକରେ ଉପସ୍ଥିତଥିଲେ।