ଭୁବନେଶ୍ୱର, ଚୀନରେ ଚାଲୁଥିବା 19ତମ ଏସୀୟ କ୍ରୀଡାରେ ହକିରେ ସ୍ବର୍ଣ୍ଣ ବିଜୟୀ ଭାରତୀୟ ଟିମ୍ର ସଦସ୍ୟ ଅମିତ ରୋହିଦାସଙ୍କ ପାଇଁ ରାଜ୍ୟ ସରକାର ପୁରସ୍କାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମିତଙ୍କୁ ଦେଢ଼ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମିତ ରୋହିଦାସଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ କାରଣରୁ ସେ କେବଳ ଓଡିଶାର ଯୁବ ସମାଜ ପାଇଁ ନୁହେଁ ବରଂ ସାରା ଦେଶର ପ୍ରେରଣାର ଉତ୍ସ ପାଲଟିଛନ୍ତି ।