ଢ଼େଙ୍କାନାଳ, ସିକ୍କିମ ବନ୍ୟାରେ ସହିଦ୍ ହୋଇଥିବା ବୀର ଯବାନ ସରୋଜ ଦାସଙ୍କ ମରଶରୀର ଆଜି ଅପରାହ୍ନରେ ତାଙ୍କ ଗ୍ରାମ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଦୀଘି ପଂଚାୟତର କେନ୍ଦୁଢ଼ିପ ଗ୍ରାମରେ ପହଂଚିବା ପରେ ସେଠାରେ ତାଙ୍କର ଶେଷ ଦର୍ଶନ କରିବେ ଅଂଚଳବାସୀ ଓ ବନ୍ଧୁ ପରିଜନ । ଏହାପରେ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ସହିଦ ଯବାନଙ୍କ ଶେଷ ଦର୍ଶନ କରିବା ପାଇଁ ଲୋକେ ଅପେକ୍ଷା କରି ରହିଛନ୍ତି । କେତେବେଳେ ଆସି ପହଂଚିବ ଗାଁର ବୀର ପୁଅ ସହିଦ ଯବାନ ସରୋଜଙ୍କ ପାର୍ଥିବ ଶରୀର, ତାକୁ କେବଳ ଅପେକ୍ଷା ।
ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଂଚିବା ପରେ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ଗାଁ କେନ୍ଦୁଢ଼ିପକୁ ନିଆଯିବାର କାର୍ଯ୍ୟକ୍ରମ ରହିଛି ।