କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ଜିଲ୍ଲା ପ୍ରଶାସନ ଓ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ତରଫରୁ ପୁରୀ ମୁନିସିପାଲିଟି ବିଭିନ୍ନ ଶିକ୍ଷାନୁଷ୍ଠାନ ଅଂଚଳରେ ବେଆଇନି ତମାଖୁ ବ୍ୟବସାୟୀ ମାନଙ୍କ ଉପରେ ଚଢ଼ାଉ କରାଯାଇଛି | ଏଥି ସହିତ 2600/- ଟଙ୍କା ଜୋରିମାନା ଆଦାୟ କରାଯାଇଛି ଓ ବିପୁଳ ପରିମାଣର ତମାଖୁ ପଦାର୍ଥକୁ ନଷ୍ଟ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଅଶୋକ କୁମାର ମିଶ୍ର,ଖାଦ୍ୟ ସୁରକ୍ଷା ଅଧିକାରୀ ବେଦଶ୍ରୀ ସାହୁ, ଅବକାରୀ ଅଧିକାରୀ, ଜିଲ୍ଲା ତମାଖୁ ନିୟନ୍ତ୍ରଣ ଅଧିକାରୀ ଡା ସୁଶାନ୍ତ କୁମାର ବିଶ୍ୱାଳ ଓ ପୁରୀ ପୋଲିସ ମିଳିତ ଭାବରେ ଚଢ଼ାଉ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ର ସମସ୍ତ ଅଂଚଳରେ ଜାରୀ ରହିବ ବୋଲି ସୂଚନା ପ୍ରଦାନ କରାଯାଇଛି ।
Related Stories
November 22, 2024