-
ଆଥଲେଟ୍ କିଶୋର ଜେନାଙ୍କ ସଫଳତା ଓଡ଼ିଆଙ୍କୁ ଗର୍ବିତ କରିଛି- ଧର୍ମେନ୍ଦ୍ର ପ୍ରଧାନ
-
ଫୋନ୍ ଯୋଗେ କଥା ହୋଇ କିଶୋରଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର, ଚୀନର ହ୍ୱାଙ୍ଗଝୋ ଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ନୀରଜ ଚୋପ୍ରା ଓ ରୌପ୍ୟ ପଦକ ହାସଲ କରିଥିବା ଓଡ଼ିଆ ଆଥଲେଟ୍ କିଶୋର କୁମାର ଜେନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଫୋନ୍ ଯୋଗେ କଥା ହୋଇ ଶ୍ରୀ ପ୍ରଧାନ କିଶୋରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଓ ରୌପ୍ୟ ପଦକ ଜିତିଥିବା ଏହି ଯୁବ ଆଥଲେଟଙ୍କୁ ଶୁଭେଚ୍ଛା । ଆଥଲେଟ୍ ନୀରଜ ଓ କିଶୋରଙ୍କ ପ୍ରଦର୍ଶନ ଦେଖିବା ଭଳି ଥିଲା । କିଶୋରଙ୍କ ଏହି ସଫଳତା ଦେଶ ବିଶେଷ ଭାବରେ ଓଡ଼ିଆ ଲୋକଙ୍କୁ ଗର୍ବିତ କରିଛି । ଉଚ୍ଚକୋଟ୍ଟୀର ପ୍ରଦର୍ଶନ କରି ସେ ଯେଉଁ ସଫଳତା ହାସଲ କରିଛନ୍ତି, ତାହା ଅଭୂତପୂର୍ବ । ଦେଶକୁ ଗୌରବାନ୍ୱିତ କରିବା ପାଇଁ ତାଙ୍କ ଭିତରେ ଥିବା ଦୃଢ଼ ଇଚ୍ଛାଶକ୍ତି ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । କିଶୋର ଏହିଭଳି ଭାବରେ ଆଗକୁ ପଦକ ଜିତିବା ସହ ସମସ୍ତଙ୍କ ହୃଦୟ ଜିତନ୍ତୁ, ଏହା ମହାପ୍ରଭୁଙ୍କ ପାଖରେ କାମନା ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।