ଭୁବନେଶ୍ୱର,ବିଜୟ ଶଙ୍କର ଦାସ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ କଟକ ସଵ ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିବା ପରେ ପ୍ରେମିକା ସୋମାଲିକାଙ୍କ କଡ଼ା ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ପାୱାର ପାଇଁ ବିଜୟ ଏଭଳି କରୁଛନ୍ତି । ବିଜେ଼ଡି ଦଳ ତାଙ୍କୁ ସୁରକ୍ଷା ଦେଉଛି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଜଗତସିଂହପୁର ପୋଲିସ ମୋର ବୟାନ ରେକର୍ଡ କରିସାରିଛି । ବାରମ୍ବାର ଡାକି ମୋତେ ପଚାରୁଛି, କିନ୍ତୁ ବିଜୟଙ୍କୁ ଥରେ ବି ଡାକିନି ବୋଲି ସେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ଏହି ମାମଲାରେ ସେ ଛାଡିବେ ନାହିଁ ଓ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିବେ । ‘କଟକ ବିବାହ ପଂଜୀକରଣ ଅଧିକାରୀଙ୍କଠାରେ ସେ ଅଭିଯୋଗ କରିବେ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ନିଶ୍ଚିତ ଭାବେ ଅଭିଯୋଗ କରିବେ । ତାଙ୍କର କଣ କୌଣସି ସମ୍ମାନ ନାହିଁ। ବିଧାୟକ ହେଲେ ବୋଲି ବିଜୟ କଣ ଯେତେବେଳେ ଯାହାକୁ ଚାହଁବେ ତାଙ୍କ ଜୀବନ ନଷ୍ଟ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।