ମାଲକାନଗିରି, ସ୍ଵାମୀ ବିବେକାନନ୍ଦ ଲୋକସଂସଦ ମାଲକାନଗିରି ଶାଖା ଆନୁକୁଲ୍ୟରେ ୨୬ତମ ଇ- ପାଠଚକ୍ର ଗତକାଲି ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗ୍ରିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ତଥା ସ୍ଵାମୀ ବିବେକାନନ୍ଦ ଲୋକସଂସଦର ସଭାପତି ଡଃ. ରଞ୍ଜନ କୁମାର ସ୍ଵାଇଁ ସଭାପତିତ୍ଵ କରିଥିବା ବେଳେ ପ୍ରଜାପିତା ଇଶ୍ଵରୀୟ ବିଶ୍ଵବିଦ୍ୟାଳୟ ମାଲକାନଗିର ଶାଖାର ସମର୍ପିତ ବ୍ରହ୍ମକୁମାରୀ ବି.କେ. ଜୟନ୍ତୀ ଚିନ୍ତାମୁକ୍ତ ଜୀବନ ଉପରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।
ପ୍ରଧାନଶିକ୍ଷୟିତ୍ରୀ ସାଧନାରାଣୀ ମଣ୍ଡଳ କାର୍ଯ୍ୟକ୍ରମର ସଂଯୋଜନ କରିଥିବା ବେଳେ ଶ୍ରୀମତୀ ଆଭାରାଣୀ ବିଶ୍ଵାଳ ମନ୍ତ୍ରପାଠ, ଶ୍ରୀମତୀ ପ୍ରତିମା ନାୟକ ବିବେକ ବାଣୀ, ଶ୍ରୀମତୀ ଅଙ୍ଗୁରବାଳା ସ୍ଵାଇଁ ଶାନ୍ତି ପାଠ ଓ ଦକ୍ଷିଣ ସଂଭାଗର ସଂପାଦକ ରବୀନ୍ଦ୍ର କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।