ଭୁବନେଶ୍ୱର,ଆଜି ଠାରୁ ଭୁବନେଶ୍ୱରର ୟୁନିଟ 1 ସ୍ଥିତ ହାଟ ଖୋଲିବ । ବ୍ୟବସାୟୀ ସଂଘ ବିଏମସି କମିଶନର ଓ ଟ୍ରାଫିକ ପୋଲିସଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଥିବା ଜଣା ପଡିଛି । ହାଟ ସମ୍ମୁଖରେ ଅସ୍ଥାୟୀ ପାର୍କିଂ କରିବା ପାଇଁ ବିଏମସି ଓ ଟ୍ରାଫିକ୍ ପୋଲିସଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଥିବା ବ୍ୟବସାୟୀ ସଂଘ ପକ୍ଷରୁ କୁହା ଯାଇଛି । ବିଏମସି ୧୫ ଦିନ ମଧ୍ୟରେ ସ୍ଥାୟୀ ପାର୍କିଂ ବ୍ୟବସ୍ଥା କରିବ ବୋଲି ସୂଚନା ମିଳିଛି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ପାର୍କିଂ ସମେତ ଜବରଦଖଲ ଓ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ବ୍ୟବସାୟୀ ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା । ଆନ୍ଦୋଳନ ଯୋଗୁଁ ଗତ ୬ ଦିନ ଧରି ହାଟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଗତକାଲି ବିଏମସିର ଏକ ଟିମ୍ ହାଟ ପରିଦର୍ଶନ କରିବା ପରେ ଯଥାର୍ଥ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।