ସୁବର୍ଣ୍ଣପୁର, ସୋନପୁର ପୋଲିସ ଗତକାଲି ୯ କେଜି ୭୫୦ ଗ୍ରାମ ଗଞ୍ଜେଇ ଜବତ ସହ ଦୁଇ ଜଣଙ୍କୁ ଗିରଫ କରିଛି ଫ ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ଜିଲ୍ଲା ମନମୁଣ୍ଡକ୍ଷ ତୁଣ୍ଡୁମାଲ ଗାଁ ର ସମ୍ୱଲପୁର ଜିଲ୍ଲା ଅଇଁଠାପାଲି ଥାନା ମହାନନ୍ଦିଆ ବିହାର ଅଞ୍ଚଳରେ ରହୁଥିବା ଜିତେନ୍ଦ୍ର ପୋଢ଼ ଓ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଧର୍ମଶାଲା ପଡା ର ଅନନ୍ତ ପୋଢ଼ । ଅଭିଯୁକ୍ତ ମାନଙ୍କ ଠାରୁ ବ୍ୟବହୃତ ଏକ ୟାମହା ସିବିଆର ବାଇକ ନମ୍ବର ଓଡି ୨୩ସି ୪୮୬୦ ସହ ଦୁଇ ଟି ମୋବାଇଲ ଜବତ କରିଛି ସୋନପୁର ପୋଲିସ । ଏ ନେଇ ଥାନାରେ ଆୟୋଜିତ ଏକ ସମ୍ମିଳନୀରେ ଅତିରିକ୍ତ ଏସପି ହେମନ୍ତ ପାଢ଼ୀ ସୂଚନା ଦେଇ କହିଛନ୍ତି ଯେ ମନମୁଣ୍ଡା ପଟରୁ ସୋନପୁର ଆଡ଼କୁ ଦୁଇ ଜଣ ଯୁବକ ବାଇକ ଯୋଗେ ଗଞ୍ଜେଇ ଚାଲାଣ କରୁଥିବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୋନପୁର ଆଇଆଇସି ପଦ୍ମାସିନୀ ମେହେରଙ୍କ ନିର୍ଦ୍ଦେଶ କ୍ରମେ ପେଟ୍ରୋଲିଙ୍ଗ କରୁଥିବା ଏସଆଇ ପୀୟୂଷ ରାଜ ନାୟକ ଓ ଟିମ ଉକ୍ତ ଦୁଇ ଅଭିଯୁକ୍ତ ଆସୁଥିବା ବେଳେ କୁଞ୍ଜ ଛକ ଠାରେ ସେମାନଙ୍କୁ ଅଟକାଇ ଯାଞ୍ଚ କରିବାରୁ ସେମାନଙ୍କ ନିକଟରୁ ଉକ୍ତ ପରିମାଣ ର ଗଞ୍ଜେଇ ବାହାରିଥିଲା । ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଦ୍ୱୟ ଙ୍କୁ କୋର୍ଟ ଚାଲାଣ କରିଥିବା ସୁଚନା ଦେଇଥିଲେ । ଉକ୍ତ ସମ୍ମିଳନୀରେ ଆଇଆଇସି ପଦ୍ମାସିନି ମେହେରଙ୍କ ସହିତ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
Related Stories
September 19, 2024
September 19, 2024