ରାଉରକେଲା, ରାଉରକେଲା ସହରର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜଙ୍କ ମୃତ୍ୟୁ ମାମଲାରେ ଆଜି ଗୁରୁଣ୍ଡିଆ ବିଡିଓ ଓ ସିଡିପିଓ ଫୁଲଜନସିଆ ଏକ୍କା ଓ ବେନାଟିକ ଲାକ୍ରାଙ୍କୁ ରାଉରକେଲା ଏସପି ଅଫିସରେ ଡିଏସପି ବନିତା ମାଝି ଜେରା ଆରମ୍ଭ କରିଛନ୍ତି । ତେବେ ଏହି ଜେରାରେ ସିଧା ସଳଖ ଜିଲ୍ଲାପାଳଙ୍କ କଥା ଆସୁଥିବାରୁ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ପାଳି କେବେ ପଡିବ ବୋଲି ସାଧାରଣରେ ଉଠିଛି ପ୍ରଶ୍ନ । ଆଜି ସକାଳ ପ୍ରାୟ ୧୦ଟାରୁ ଜେରା ଆରମ୍ଭ ହୋଇ ଦିର୍ଘ ସମୟ ଯାଏ ଚାଲିଥିବା ବେଳେ ବିଡିଓ କହିଛନ୍ତି ତାଙ୍କୁ ଜିଲ୍ଲାପାଳ କହିଥିଲେ ଏଡିଏମ ଅଫିସରେ ଜଣେ ଆସିଷ୍ଟାଂଟ କଲେକ୍ଟର ଅଛନ୍ତି ତାଙ୍କୁ ବଣେଇର ଆଡିସନାଲ ତହସିଲଦାର ଜିଏ କି ରାଉରକେଲା ଏଡିଏମ ଅଫିସରେ ଅଛନ୍ତି ସେ ନାନା ପ୍ରକାର ମେସେଜ ତାଙ୍କୁ କରୁଛନ୍ତି, ସେମାନଙ୍କ ଭିତରେ ଝଗଡା ହୋଇଛି ତେଣୁ ସେ ଅସୁବିଧାରେ ଅଛନ୍ତି , ତାଙ୍କ ଘରକୁ ଯାଇ ଟିକେ ବୁଝା ସୁଝା କରନ୍ତୁ । ଏହି କଥାରେ ସେ ସିଡିପିଓ ଗୁରୁଣ୍ଡିଆଙ୍କୁ ନେଇ ରାଜଗାଙ୍ଗପୁର ରାମାବାହାଲ ଠାରେ ଥିବା ସ୍ୱର୍ଗତ ମିଂଜଙ୍କ ଘରକୁ ଯାଇଥିଲେ କିନ୍ତୁ ତାଙ୍କୁ ନପାଇ ଫେରିଆସିଥିଲେ । ଏ ବିଷୟରେ ସେ ତଦନ୍ତକାରୀ ଅଫିସରଙ୍କୁ ସବୁ କହିସାରିଛନ୍ତି ।ତଦନ୍ତ ର ସମୟ କାଳ ବଢିଚାଲିଥିବା ବେଳେ ପୁଲିସ ଏସଂପର୍କରେ କିଛି ସୁଚନା ରଖିନାହିଁ । କିନ୍ତୁ ଏସପି ରାଉରକେଲା କହିଛନ୍ତି ଯେ, ସୁସ୍ମିତା ମିଂଜ ଓ ପୁଲିସ ଏଏସଆଇ ଆଲିସାଙ୍କ ମୃତ୍ୟୁମାମଲାରେ କାହା ସହ କାହାର ସଂପର୍କ ନାହିଁ ।
Related Stories
November 22, 2024