ଭୁବନେଶ୍ୱର, ରାଜ୍ୟ ରାଜ୍ୟ ମଧ୍ୟରେ ସୀମାକୁ ନେଇ ଯେଉଁ ବିବାଦ ଚାଲିଛି ଠିକଣା ସମୟରେ ତାର ସମାଧାନ ହୋଇପାରୁ ନଥିବା ବେଳେ ଆମ ରାଜ୍ୟର କିଛି ଯୋଜନା ଆନ୍ଧ୍ର ପ୍ରଦେଶର ଜମି ଓ ଭୂମି ଲୋଭି ସରକାରକୁ ସୁହାଇଲା ଭଳି ଲାଗୁଛି । ଓଡିଶା ଭଳି ଶାନ୍ତି ପ୍ରିୟ ରାଜ୍ୟର ସୀମାନ୍ତ ଅଂଚଳକୁ ପଡୋଶୀ ରାଜ୍ୟମାନେ ବାରମ୍ବାର ଦଖଲ କରି ଅଶାନ୍ତି ସୃଷ୍ଟି କରୁଥିବା ବେଳେ ଆନ୍ଧ୍ର ପ୍ରଦେଶ ସହିତ କୋଟିଆ ଗ୍ରାମପୁଞ୍ଜ ଓ ପୋଲାଭରମ ସମସ୍ୟା ସମାଧାନ ହୋଇ ନଥିବା ବେଳେ ଏବେ ନାରାୟଣପାଟଣା ଓ ଗଜପତି ଜିଲ୍ଲା ରାୟଗଡା ବ୍ଲକ ଗଙ୍ଗାବାଡ ପଂଚାୟତର ଗୁଡୁଖୁଡି ଗ୍ରାମରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଉପସ୍ଥାନ କମ ପାଇଁ ରାଜ୍ୟରେ ବହୁ ବିଦ୍ୟାଳୟ ବନ୍ଦ ହେବା ଫଳରେ ଏହାର ସୁଯୋଗ ନେଉଛି ଆନ୍ଧ୍ର ପ୍ରଦେଶ । ବିଦ୍ୟାଳୟ ବନ୍ଦ ହେବାରୁ ଆମ ରାଜ୍ୟର ଓଡିଆ ଛାତ୍ର ଛାତ୍ରୀ ଏବେ ଆନ୍ଧ୍ରକୁ ପାଠ ପଢିବାକୁ ଯାଉଛନ୍ତି । ଆମ ବିଦ୍ୟାଳୟରେ ତାଲା ପଡିବା ଫଳରେ ଏବେ ଓଡିଆ ଛାତ୍ର ଛାତ୍ରୀ ଆନ୍ଧ୍ରରେ ତେଲୁଗୁ ପଢିବାକୁ ବାଧ୍ୟ ହେଉଛନ୍ତି । ଏହାର ସମାଧାନ ପାଇଁ ସଠିକ ପଦକ୍ଷେପ ଗ୍ରହଣ କରିବା ପାଇଁ ପାଇଁ ଉତ୍କଳ ସମ୍ମିଳନୀ ଦାବି କରିଛି । ଉତ୍କଳ ସମ୍ମିଳନୀ ପକ୍ଷରୁ ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା କହିଛନ୍ତି ଯେ, ପୁର୍ବରୁ ବହୁବାର ସୀମା ସୁରକ୍ଷା ପାଇଁ ଦାବି ହୋଇଥିଲେ ମଧ୍ୟ କୈାଣସି ସୁଫଳ ମିଳିନାହିଁ ।
Related Stories
December 22, 2024