ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଜଟଣୀସ୍ଥିତ ନାଇଜର କ୍ୟାମ୍ପସରେ ହୋମି ଭାବା କ୍ୟାନ୍ସର ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପାଇଁ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅତ୍ୟାଧୁନିକ ସୁବିଧା ଏବଂ ଗବେଷଣା କେନ୍ଦ୍ର ଏକ ବିଶ୍ୱସ୍ତରୀୟ କ୍ୟାନ୍ସର ଚିକିତ୍ସା, ଗବେଷଣା ଏବଂ ଅଭିନବ କେନ୍ଦ୍ର ହେବ । ଏହା ଏକ ୨୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ଡିସେମ୍ବର ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ସୁବିଧା ଓଡିଶାର ଲୋକଙ୍କ ପାଇଁ କର୍କଟ ରୋଗର ଚିକିତ୍ସା ପାଇଁ ସହାୟ ହେବ । ଲୋକଙ୍କୁ ଚିକିତ୍ସା ପାଇଁ ମୁମ୍ବାଇ କିମ୍ବା ଅନ୍ୟାନ୍ୟ ବଡ ସହରକୁ ଯିବାକୁ ପଡିବ ନାହିଁ ବୋଲି ସେ କହିଛନ୍ତି । ଏହା ଲୋକଙ୍କୁ ଆର୍ôଥକ ଏବଂ ମାନସିକ ଦୁଶ୍ଚିନ୍ତାରୁ ବହୁ ପରିମାଣରେ ରକ୍ଷା କରିବ । ଏହି ହସ୍ପିଟାଲ ଦ୍ୱାରା ଓଡ଼ିଶା ବ୍ୟତୀତ ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ ଏବଂ ଛତିଶଗଡ ଭଳି ପଡୋଶୀ ରାଜ୍ୟର କର୍କଟ ରୋଗୀ ମଧ୍ୟ ଉପକୃତ ହେବେ ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଏଠାରେ ଏକ ମେଡିକାଲ୍ ସାଇକ୍ଲୋଟ୍ରନ୍ ସୁବିଧା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୬୫ ଏକରରୁ ଅଧିକ ଜମି ଏବଂ ୧୫୦ କୋଟି ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି । ଏହା ଏସିଆର ସବୁଠାରୁ ଉନ୍ନତ ଗବେଷଣା ସ୍ତର ସାଇକ୍ଲୋଟ୍ରନ୍ ହେବ ।
ଏହି ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଂଜନ ପୂଜାରୀ, ଜଟଣୀ ବିଧାୟଗ ସୁରେଶ ରାଉତରାୟ, ଆଟୋମିକ ଏନର୍ଜି ବିଭାଗର ସଚିବ ଅଜିତ ମହାନ୍ତି , ଟାଟା ଷ୍ଟିଲ ଫାଉଣ୍ଡେସନ୍ ର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।