ରାଉରକେଲା, ରାଉରକେଲା ସହକାରୀ ଜିଲ୍ଲାପାଳ ସ୍ଵର୍ଗତ ସୁସ୍ମିତା ମିଞ୍ଜ ଓ ଉଦିତନଗର ଥାନାର ମହିଳା ଏଏସଆଇ ଆଲିସା ଲୁଗୁନ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଓ ୨୨ ଦଫା ଦାବିନେଇ ଆଜି ଉଦିତନଗର ଥାନା ଘେରାଉ କରିଛନ୍ତି ବୀରମିତ୍ରପୁର ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଓ ତାଙ୍କ ସମର୍ଥକ । ଉଭୟ ଆଦିବାସୀ ମହିଳା ଓ ତାଙ୍କ ପରିବାରକୁ ନ୍ୟାୟ ଦାବି କରିଛନ୍ତି ଶ୍ରୀ ତିର୍କୀ ।
ହଜାର ହଜାର ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରୁଷ ଏଠାରେ ଏକାତ୍ରିତ ହେବାରୁ ରାଉରକେଲା ଏସପି ଅଫିସ୍ ଓ ଏଡିଏମ ଅଫିସ୍ ପୋଲିସ ଛାଉଣିରେ ପରିଣତ ହେବା ସହ ଉଦିତନଗର ଥାନା ରାସ୍ତାରେ ଦୀର୍ଘ ସମୟ ଧରି ଟ୍ରାଫିକ୍ ଜାମ୍ ହୋଇପଡିଥିଲା ।