ରାଉରକେଲା, ରାଉରକେଲା ଉଦିତନଗର ଥାନାର ମହିଳା ଏଏସଆଇ ଆଲିସା ଲୁଗୁନ (୩୦)ଙ୍କ ମୃତ୍ୟୁ ପୂର୍ବର ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଗଣ୍ଡଗୋଳ ପରେ ସେ କାହିଁକି ଘଟଣାସ୍ଥଳରେ ଟଳିପଡିଲେ । ସୁସ୍ଥ ଥିଲେ ବି କିପରି ତାଙ୍କର ମୃତ୍ୟୁ ଘଟିଲା, ପୋଲିସ ପକ୍ଷରୁ ସେନେଇ ଅଧିକ ତଦନ୍ତ ଜାରି ରହିଛି । ଉଦିତନଗର ଥାନା ପୋଲିସ ଏ ସଂକ୍ରାନ୍ତରେ ୩୦୨ ଦଫାରେ ଏକ ମାମଲା ରୁଜ୍ଜୁ କରିଥିଲା । ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ।
ପ୍ରକାଶ ଥାଉକି, ରାଉରକେଲା ଏଡିଏମ ଅଫିସରେ କାମ କରୁଥିବା ସହକାରୀ ଜିଲ୍ଲାପାଳ ସ୍ଵର୍ଗତ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିଲେ ଏଏସଆଇ ଆଲିସା ଲୁଗୁନ । ମୃତ ଆଲିସାଙ୍କ ସ୍ଵାମୀ ସଞ୍ଜୟ ତିର୍କୀ ତାଙ୍କ ପତ୍ନୀଙ୍କ ମୃତ୍ୟୁ ସ୍ଵାଭାବିକ୍ ନୁହେଁ ଏହା ଅସ୍ଵାଭାବିକ୍ ବୋଲି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ଉଦିତନଗର ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।