ଭୁବନେଶ୍ୱର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପରି କେନ୍ଦ୍ରୀୟ ଯୋଜନା ରେ ହୋଇଥିବା ଦୁର୍ନୀତିରେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତରରେ ଶ୍ରୀ ଠାକୁର ଏହା କହିଛନ୍ତି ।
ସେ କହିଛନ୍ତି ଯେ ପଶ୍ଚିମବଙ୍ଗରେ ମଧ୍ୟ ଆବାସ ଏବଂ ଅନ୍ୟ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ହୋଇଥିଲା। କେନ୍ଦ୍ର ସରକାର ତାଙ୍କୁ ନୋଟିସ କରିଥିଲେ। ମନରେଗା ଯୋଜନାରେ ଦୁର୍ନୀତିଗ୍ରସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ପଶ୍ଚିମବଙ୍ଗକୁ ମନରେଗା ଅନୁଦାନ ବନ୍ଦ ହୋଇଥିଲା। ଓଡ଼ିଶାରେ ବି କେନ୍ଦ୍ରୀୟ ଯୋଜନାରେ ବି କାର୍ଯ୍ୟାନୁଷ୍ଠାନ ହେବ। ଓଡ଼ିଶା ସରକାରଙ୍କୁ ଏନେଇ ନୋଟିସ ଦିଆଯାଇଥିବା । ଉତ୍ତର ନମିଳିଲେ ପୁଣି ନୋଟିସ ହେବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଓଡ଼ିଶାକୁ ୟୁପିଏ ସରକାର ତୁଳନାରେ ଖୁବ ଅଧିକ କେନ୍ଦ୍ରୀୟ ଅନୁଦାନ ପ୍ରଦାନ କରାଯାଇଛି । କଂଗ୍ରେସ ସରକାର ସମୟରେ ଓଡ଼ିଶାକୁ ମାତ୍ର ୨ ଲକ୍ଷ କୋଟି ୬୩ ହଜାର ୨୪୩ କୋଟି ମିଳିଥିଲା ହେଲେ ଏନଡିଏ ସରକାର ବେଳେ ଏହା ୧୮ ଲକ୍ଷ ୮୩ ହଜାର ୬୫୪ କୋଟିରେ ପହଞ୍ଚିଛି। ଏନଡିଏ ସମୟରେ ୫୦ ହଜାର କୋଟି ରାଜସ୍ୱ ମିଳିଛି ଖଣି କ୍ଷେତ୍ରରୁ। କଂଗ୍ରେସ ସମୟରେ ମାତ୍ର ୫ ହଜାର କୋଟି ମିଳୁଥିଲା। ଓ୍ବାନ ନେସନ୍ ଓ୍ବାନ୍ ଟ୍ୟାକ୍ସରୁ ମଧ୍ୟ ଓଡ଼ିଶାକୁ ଲାଭ ମିଳିଛି।
ସେ କହିଛନ୍ତି ଯେ ସେ କହିଛନ୍ତି ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦଳ। ଓଡ଼ିଶାରେ ବି କାର୍ଯ୍ୟକର୍ତ୍ତାଙ୍କ ଦମରେ ଲଢ଼ିବ ବିଜେପି ଆଉ ଭଲ ଫଳାଫଳ ମଧ୍ୟ କରିବ। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ବଢ଼ିଛି। ଏବେ ବି ୭୮ ପ୍ରତିଶତ ଲୋକପ୍ରିୟତା ରହିଛି। ପ୍ରଧାନମନ୍ତ୍ରୀ ଐତିହାସିକ ନାରୀ ଶକ୍ତି ବନ୍ଦନ ବିଲ୍ ପାସ୍ କରିଛନ୍ତି। ଦେଶର ମହିଳାଙ୍କ ଜୀବନଧାରାରେ ଅନେକ ପରିବର୍ତ୍ତନ ଆସିପାରିଛି। ଗଣତନ୍ତ୍ରରେ ଜନତା ବଡ଼। ତେଣୁ ଓଡ଼ିଶାରେ ବିଜେପି ନିଜ ଦମରେ ଲଢ଼ି ଭଲ ଫଳାଫଳ କରିବ।
ଏଣେ ନବୀନଙ୍କ ଜନବିରୋଧୀ ଜବାବ ରଖିଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର। ସେ କହିଛନ୍ତି, କେହି ଜନ ବିରୋଧୀ ହୋଇ ପାରିବେନି, ସରକାର ବିରୋଧୀ ହୋଇଥିବେ। ବିଜେପି ଓ ମୋଦୀ ସରକାର ଗରିବ ଲୋକଙ୍କର। ବିଜେପି ଗରିବ କଲ୍ୟାଣ ପାଇଁ ଲୋକଙ୍କ ହିତ କଥା ଉଠାଉଛି। ଆମେ କେମିତି ଜନ ବିରୋଧୀ ହେଲୁ? ମୋଦୀ ଜନବିରୋଧୀ କଥା କହି ନାହାନ୍ତି। ତେଣୁ ଜନ ବିରୋଧୀ ନୁହେଁ ବିରୋଧୀ ସରକାର କହିଥିବେ।
ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ।