ବଲାଙ୍ଗୀର, ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଆଗଲପୁର ପଞ୍ଚାୟତର କେବାଡ ଗ୍ରାମରେ ତହଁକ ସାହିତ୍ୟ କୁଟୁମ, ବଲାଙ୍ଗୀରର ନୂଆଁଖାଇ ଭେଟ୍ – ୨୦୧୩ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଗ୍ରାମର ଅନନ୍ତ ବ୍ରତ କମିଟି ବନ୍ଧପଡା ଦ୍ଵାରା ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ଗଣେଶ୍ଵର ଭୋଇଙ୍କ ସଭାପତିତ୍ବରେ ଦିଗାମ୍ବର ନାଏକ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନିରଞ୍ଜନ ପଣ୍ଡା, ପ୍ରୀତମ ଠାକୁର, ପଦ୍ମବାଗ ଯାଦବ ଯୋଗ ଦେଇଥିଲେ। ପ୍ରଥମ ଅଧିବେଶନରେ ସମ୍ପାଦକ ରାଜେଶ ଦଣ୍ଡସେନା ବିବରଣୀ ପ୍ରଦାନ କରିଥିବାବେଳେ ଅକୃର ବାଗ ସ୍ଵାଗତ ଭାଷଣ ଦେଇଥିଲେ । ଦିଲିପ ମିଶ୍ର ଅତିଥି ପରିଚୟ ପ୍ରଦାନ ଏବଂ ଅର୍ଜୁନ ସାହୁ ମଞ୍ଚ ପରିଚାଳନା କରିଥିଲେ। ସମାଜସେବୀ ଆଶୁତୋଷ ମେହେର ଏବଂ ଅନନ୍ତ ବ୍ରତ କମିଟୀ କେବାଡ କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସେହିପରି ଦ୍ଵିତୀୟ ଅଧିବେଶନରେ କବି ଶ୍ରୀୟାକାନ୍ତ ଦାଶଙ୍କ ସଭାପତିତ୍ବରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା । ପ୍ରବଚକ ଅଶୋକ ମିଶ୍ର, ବିଇଓ ନେପାଲ ବାଗ, ଦିବାକର ଯୋଶୀ, ଦୁର୍ବାଦଳ ମେହେର, ଦିଲୀପ ମିଶ୍ର, ଜଗଦୀଶ ଭୋଇ, ଉପଦେଷ୍ଟା ଦେବେନ୍ଦ୍ର କୁମାର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଆଲ୍ଲାଦିନୀ ପାଣିଗ୍ରାହୀ ଦାଶ, ରବି ଚନ୍ଦ୍ର ସାହୁ, କବିତା ମିଶ୍ର ଏବଂ ସବିତା ମହରା କବିତା ସଂଯୋଜନା କରିଥିଲେ। ଏଥିରେ ବଲାଙ୍ଗୀର ଜିଲ୍ଲା ସମେତ ବରଗଡ଼, ନୂଆଁପଡା, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର ପ୍ରଭୃତି ଅଞ୍ଚଳର ଶତାଧିକ କବି କବୟିତ୍ରୀ ସ୍ବରଚିତ କବିତା ଆବୃତ୍ତି କରିଥିଲେ।
ଅନନ୍ତ ବ୍ରତ କମିଟୀ ଏବଂ ତହଁକ୍ କୁଟୁମ୍ ର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ କବି ଦୁର୍ବାଦଳ ଖେତି ଧନ୍ୟବାଦ ଅର୍ପଣ କରିଥିଲେ।