-
ଶ୍ରୀମନ୍ଦିର ପାର୍ଶ୍ୱରେ ଅଳିଆ ପାହାଡ଼ ଚନ୍ଦ୍ରରେ ଦାଗ ଲାଗିଲା ଭଳି,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଚାରିଧାମ ମଧ୍ୟରେ ଶେଷ୍ଠ ଧାମ ପୁରୀ |ରାଜ୍ୟ ସରକାର ପୁରୀର ବିକାଶ କରି ବିଶ୍ୱସ୍ତରୀୟ ସେବା ପ୍ରଦାନ ପାଇଁ ପରିକ୍ରମା ପ୍ରକଳ୍ପ ଠାରୁ ଆରମ୍ଭ କରି ଅଭଡ଼ା ଯୋଜନା ମାଧ୍ୟମରେ ଅନେକ ବିକାଶ ମୂଳକ କାର୍ଯ୍ୟ କରୁଛନ୍ତି ହେଲେ ବିଡମ୍ବନା ର ବିଷୟ ଏହି ବିକାଶ ଧାରାକୁ ପୁରୀ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ତୁଳାଇବାରେ ବିଫଳ ହୋଇଛନ୍ତି ବୋଲି ଅନେକଙ୍କ ମତ |ଶ୍ରୀମନ୍ଦିର ଉତ୍ତର ଦ୍ୱାରା ନିକଟରେ ଶ୍ରୀମନ୍ଦିର ଅଳିଆ ବ୍ୟତୀତ ଆଖ ପାଖର ଦୋକାନ ଏବଂ ବୁଲା ବିକାଳୀଙ୍କ ଅଳିଆ ମେଘନାଦ ପ୍ରାଚୀର ନିକଟରେ ଗଦା ହେଉଛି |ଶ୍ରୀମନ୍ଦିର ପାଖରେ ଥିବା ପରିବା ବଜାରର ଅଳିଆ,ଚା ଦୋକାନୀ ଙ୍କ ଅଳିଆ ଏବଂ ଆଖୁ ରସ ବିକ୍ରି କରୁଥିବା ଆଖୁ ଛେଦା ଏବଂ ହଗୀଶ ଭଳି ଅନେକ ଅଳିଆ ଉତ୍ତର ଦ୍ୱାର ନିକଟରେ ପାହାଡ଼ ଭଳି ଗଦା ହେଉଛି ଏବଂ ମୁନିସିପାଲିଟି ତରଫରୁ ତୁରନ୍ତ ପରିଷ୍କାର ନ କରାଯିବା ଦ୍ୱାରା ଦୁର୍ଗନ୍ଧ ମଧ୍ୟ ବାହାରୁଛି |ମହାପ୍ରଭୁଙ୍କ ଅଭଡ଼ା ପତ୍ର ଏବଂ କୋଡୁଆ ପଡିବା ସ୍ଥାନରେ ଖରାପ ଅଳିଆ ପଡିବା ଭକ୍ତ ମାନଙ୍କ ଭାବନାକୁ କଷ୍ଟ ଦେଉଛି |ଅନେକ ସମୟରେ ଅଳିଆକୁ ରାସ୍ତା ଉପରେ ମଧ୍ୟ୍ୟ ଦୋକାନୀ ମାନେ ଗଦେଇ ଦେଉଛନ୍ତି ସେଥିପାଇଁ ଯାତ୍ରୀମାନେ ଚାଲିକରି ଯିବା ପାଇଁ ହନ୍ତସନ୍ତ ହେଉଛନ୍ତି |ବାରମ୍ବାର ଏହି ସମସ୍ୟା ଖବର କାଗଜରେ ପ୍ରକାଶ ପାଇବା ପରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁରୀ ମୁନିସିପାଲିଟି ତରଫରୁ ପଦକ୍ଷେପ ନିଆଯାଉ ନାହିଁ କି ଏହି ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରୁନାହିଁ |ଶ୍ରୀମନ୍ଦିର ପାଖରେ ପଡିରହୁଥିବା କୁଡ଼ କୁଡ଼ ଅଳିଆ ଚନ୍ଦ୍ରରେ ଦାଗ ଲାଗିଲା ଭଳି ମନେ ହେଉଛି |ଏହି ସ୍ଥାନକୁ ସ୍ୱତନ୍ତ୍ର ଟିଣ ଦେଇ ବନ୍ଦ କରାଗଲେ ବାହାର ଅଳିଆ କେହି ଗଦା କରିପାରିବେ ନାହିଁ ଏବଂ ଏହା ଭକ୍ତ ମାନଙ୍କୁ ଦୃଶ୍ୟମାନ ହେବନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି |