
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ମହାତ୍ମାଗାନ୍ଧୀ ଙ୍କ ଆଦର୍ଶ ଓ ବିଚାର ଧାରା ଚିର ଅମର ବୋଲି କହିଛନ୍ତି ଜିଲ୍ଲା ପରିଷଦ ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ।ପୂର୍ବାହ୍ନରେ ସଂସ୍କୃତି ଭବନ ପରିସର ରେ ମହାତ୍ମାଗାନ୍ଧୀ ଙ୍କ ୧୫୪ ତମ ଓ ଶାସ୍ତ୍ରୀଜୀ ଙ୍କ ୧୧୯ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସ୍ୱାଇଁ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଉଭୟ ବରପୁତ୍ର ଙ୍କ ଜୀବନୀ ସମସ୍ତ ଙ୍କ ପାଇଁ ପ୍ରେରଣା ଓ ଅନୁକରଣୀୟ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରି ଜାତିର ଜନକ ମହାତ୍ମାଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୂର ଶାସ୍ତ୍ରୀଜୀ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିବା ସହ ଆଜିର ଦିବସ ଶାନ୍ତି, ଅହିଂସା, ପ୍ରେମ,ସମୟାନୁବର୍ତ୍ତୀତା ଓ ସଂକଳ୍ପ ର ଦିବସ ଭାବେ ସମସ୍ତେ ପାଳନ କରିବାକୁ ଅନୁରୋଧ କରିଥିଲେ।
ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଭବତାରଣ ସାହୁ ଓ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଯୋଗ ଦେଇ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା ସହ ସେମାନଙ୍କ ବିଚାର ଧାରା ଯୁଗ ଯୁଗ ପାଇଁ ସମଗ୍ର ବିଶ୍ୱ କୁ ପ୍ରଭାବିତ କରି ଚାଲିଥିବ ବୋଲି କହିଥିଲେ।ମୁଖ୍ୟ ବକ୍ତାଭାବେ ବିଶିଷ୍ଟ ଗାନ୍ଧୀବାଦୀ ଗୌରାଙ୍ଗ ଚରଣ ପରିଡ଼ା ଦୁଇ ବରପୁତ୍ର ଙ୍କ କାର୍ଯ୍ୟାବଳୀ ସମ୍ପର୍କରେ ବିଷଦ ତଥ୍ୟ ପ୍ରଦାନ କରି ବିଶ୍ୱ ଇତିହାସ ରେ ଏଭଳି ବ୍ୟକ୍ତିତ୍ୱ ବିରଳ ଓ ପ୍ରେରଣାଦାୟକ ବୋଲି କହିଥିଲେ। ପରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ସଭା ପରିଚାଳନା କରିଥିଲେ।ସତ୍ୟପ୍ରିୟ ମହାପାତ୍ର ଓ ସାଥି ମାନେ ବୈଷ୍ଣବ ଜନତୋ ଭଜନ ପରିବେଷଣ କରିଥିଲେ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ପୂର୍ବରୁ ଗାନ୍ଧୀ ଘାଟ ଠାରେ ଗାନ୍ଧୀଜୀଙ୍କ ପ୍ରତମୂର୍ତ୍ତୀ ଓ ଶାସ୍ତୀଜୀ ଙ୍କ ଫଟୋଚିତ୍ର ରେ ଅତିଥି ମାନେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ସେଠାରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।ଗୀତା ଓ ବେଦ ପାଠ ସର୍ବୋଦୟ ମେଳା ସମ୍ପାଦକ ଶିବ ପ୍ରସାଦ ମିଶ୍ର, କୋରାନ ପାଠ ଏଚ ଜେଡ୍ ଆବେଦିନ,ବାପଟିଷ୍ଟ ଚର୍ଚର ପ୍ରତାପ କୁମାର ସେନାପତି ବାଇବେଲ ପାଠ କରିଥିଲେ।ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ,ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶୋଭାଯାତ୍ରାରେ ଆସି ଗାନ୍ଧୀ ଘାଟ ଠାରେ ପହଞ୍ଚି ଏଥିରେ ସାମିଲ ହୋଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସର୍ବୋଦୟ ମେଳା ର ସଭାପତି ଉମା ବଲ୍ଲଭ ମହାପାତ୍ର, ଉପଦେଷ୍ଟା ସୁଧାକର ମହାପାତ୍ର,ବରିଷ୍ଠ ସଦସ୍ୟ ଗିରିଜା ଶଙ୍କର ବାରି,ଅନାମ ଚରଣ ସାହୁ, ରାଧେଶ୍ୟାମ ରଥ , ଉପଖଣ୍ଡ ଲୋକ ସମ୍ପର୍କ ଅଧିକାରୀ ରଘୁନାଥ ସେଠୀ,ଅନ୍ୟାନ୍ୟ ସଦସ୍ୟ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।
ସେହିପରି ଲୋକକଳା ଗ୍ରାମ ସାରଙ୍ଗଯୋଡି ରୁ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଙ୍କ ଜୟନ୍ତୀ ପାଳନ ହୋଇଥିଲା।ଏଥିରେ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସଂସ୍କୃତି ଅଧିକାରୀ, ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ବସନ୍ତ ପ୍ରଧାନ, ସମାଜସେବୀ ଶ୍ୟାମ ପ୍ରକାଶ ସେନାପତି ଓ କଳାକାର ମାନେ ଯୋଗ ଦେଇଥିଲେ।