
ଚମ୍ପୁଆ, ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଚମ୍ପୁଆ ଏନଏସି ବିଜୁ ଜନତା ଦଳ ପକ୍ଷରୁ ଚମ୍ପୁଆରେ ପଦ ଯାତ୍ରା ଶହ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଚମ୍ପୁଆ ଏନଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜେଡି କର୍ମୀ ଚମ୍ପୁଆ ଧରଣୀଧର ଟାଉନ ହଲ ଠାରୁ ଏକ ପଦଯାତ୍ରାରେ ବାହାରି ଚମ୍ପୁଆ ଗାନ୍ଧୀ ଛକ ଠାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଚମ୍ପୁଆ କୋର୍ଟ ପରିସରରେରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସ ଓ ମଧୁ ସୁଦନ ଦାସ (ମଧୁବାବୁ)ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଯୋଗଦେଇ ଥିବାବେଳେ ଏନଏସି ର ସମସ୍ତ କାଉନସିଲରଙ୍କ ସମେତ ବହୁ ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଓ ଜନ ସାଧାରଣ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବିଜେଡି କର୍ମୀ ସୁବାଷ ରାମ, ଏମ୍ ଡି ଗୁଫରାନ, ଏମ୍ ଡି ନାନକା, ଏମ ଡି ଅଜିତ, ଏମଡି ସାତାର, ପ୍ରଦୀପ ରାଜ, ଡୋରା ଦାସ ପ୍ରମୁଖ ସହଯୋଗ କରିଥିଲେ।