ମାଲକାନଗିରି, ମାଲକାନଗିରି ଜିଲ୍ଲା ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ସଂସ୍କୃତ ଦିବସ ସ୍ଥାନୀୟ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଂଘର ସଭାନେତ୍ରୀ ଶ୍ରୀମତୀ ରଶ୍ମିତା ମହାରଣା ଅଧ୍ୟକ୍ଷତା କରିଥିବାବେଳେ ବରିଷ୍ଠ ଶିକ୍ଷକ ପଣ୍ଡିତ ଗୋଦାବରୀଶ ଦାସ ସଭା ପରିଚାଳନା କରିଥିଲେ।
ପ୍ରାରମ୍ଭରେ ପଣ୍ଡିତ ଶରତ କୁମାର ଦାଶ ,ପଣ୍ଡିତ ବିନାୟକ ତ୍ରିପାଠୀ ଓ ପଣ୍ଡିତ ବାସୁଦେବ ପଣ୍ଡା ବେଦପାଠ କଲାପରେ ପଣ୍ଡିତ ସୁକୁମାର ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ସୁପ୍ରୀତି କର, ଶୁଭସ୍ମିତା ନନ୍ଦ ଓ ସୋନିରାଣୀ ନାୟକ ସ୍ବାଗତ ସଂଗୀତ ଗାନ କରିଥିଲେ। ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନା ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନିଖିଳ ଉତ୍କଳ ସସ୍କୃତ ଶିକ୍ଷକ ମହାସଂଘର କାର୍ଯ୍ୟକାରୀ ସଭାପତି ପଣ୍ଡିତ ଅକ୍ଷୟ କୁମାର ଦାସ ଯୋଗଦେଇ ସଂସ୍କୃତ ଭାଷା ଓ ସଂସ୍କୃତ ଶିକ୍ଷକଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ। ସମ୍ମାନୀତ ଅତିଥି ଭାବେ ନିଖିଳ ଉତ୍କଳ ସସ୍କୃତ ଶିକ୍ଷକ ମହାସଂଘର କୋଷାଧ୍ୟକ୍ଷ ପଣ୍ଡିତ ଡଃ. ବିଷ୍ଣୁ ଚରଣ ରାଉତ, ମାଲକାନଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ଦିପ କୁମାର ଦାସ, ଜିଲ୍ଲା ସସ୍କୃତ ଶିକ୍ଷକ ସଂଘର ମୁଖ୍ୟ ଉପଦେଷ୍ଟା ପଣ୍ଡିତ କରୁଣାକର ମଲିକ, ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବରାଜ ସାହୁ ପ୍ରମୁଖ ଯୋଗ ଦେଇ ସଂସ୍କୃତ ଭାଷାର ସୁରକ୍ଷା ଓ ସସ୍କତ ଶିକ୍ଷକମାନଙ୍କ ସମସ୍ୟା ଉପରେ ଆଲୋଚନା କରି ସମାଧାନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ରାଜ୍ୟ ପ୍ରତିନିଧିଙ୍କୁ ଜଣାଇଥିଲେ। ଅବସର ଗ୍ରହଣ କରିଥିବା ଦୁଇ ବରିଷ୍ଠ ଶିକ୍ଷକ ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ସେଠୀ ଓ ପଣ୍ଡିତ ପ୍ରମୋଦ କୁମାର ସାହୁଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶେଷରେ ପଣ୍ଡିତ ବିଭୂତି ଭୂଷଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ମହୋତ୍ସବରେ ଜିଲ୍ଲାର ସତୁରୀରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।