ଭୁବନେଶ୍ୱର,ଭଦ୍ରକ ଜିଲ୍ଲାର ସ୍ବାସ୍ଥ୍ୟ କର୍ମଚାରୀ ବସନ୍ତ ସାହୁଙ୍କ ହତ୍ୟା ଅଭିଯୋଗରେ ବସନ୍ତଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଧାମନଗର ଥାନା ଆଗରେ ଧାରଣା ଦିଆଯାଇଛି । ପରିବାର ଅଭିଯୋଗ ଅନୁଯାୟୀ ସ୍ବାସ୍ଥ୍ୟ କର୍ମଚାରୀ ବସନ୍ତ ସାହୁଙ୍କୁ ହତ୍ୟା କରାଯାଇଛି ଓ ଏହି ହତ୍ୟାକାଣ୍ଡ ମୁଖ୍ୟ ଅଭିଯୁକ୍ତ ଗିରଫ କରିବା ଦାବି ରେ ସେମାନେ ଧାରଣା ଦେଉଛନ୍ତି ।
ଉଲ୍ଲେଖନୀୟ ଯେ ବସନ୍ତଙ୍କ ହତ୍ୟା କାଣ୍ଡ କୁ ୧୭ ଦିନ ବିତିଯାଇଥିଲେ ବେଳେ , ଧାମନଗର ପୋଲିସ କେବଳ ଜଣଙ୍କୁ ଗିରଫ କରି ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଗିରଫ କରିବା ରେ ବିଫଳ ରହିଛି ।